କେରଳ ଓ ତାମିଲନାଡୁରେ ଫସିଛନ୍ତି ଶତାଧିକ ଓଡିଆ ଶ୍ରମିକ: ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ କଲେ ନିବେଦନ; ସରକାର କହିଲେ, ଫସିଥିବା ଶ୍ରମିକ ଭୟଭୀତ ହେବାରେ କିଛି ନାହିଁ

1,292

କନକ ବ୍ୟୁରୋ: ତିରୁପତିରେ ଫସିଛନ୍ତି ଓଡିଆ ତୀର୍ଥଯାତ୍ରୀ । କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଓ ଧର୍ମଗଡ ଅଂଚଳର ୨୦ରୁ ଅଧିକ ତୀର୍ଥଯାତ୍ରୀ ତିରୁପତିରେ ଫସିଛନ୍ତି । ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଭିଡିଓ ମେସେଜ୍ ମାଧ୍ୟମେରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏମାନେ ଗତ ୧୮ ତାରିଖରେ ତିରୁପତି ଦର୍ଶନ କରିବାକୁ ଯାଇଥିଲେ । ଆଉ ତାପରେ କରୋନା ଯୋଗୁଁ ଦେଶବ୍ୟାପି ତାଲାବନ୍ଦ ଲାଗୁ ହୋଇଥିବାରୁ ଫେରିପାରିନାହାଁନ୍ତି । ଫସି ରହିଥିବା ତୀର୍ଥଯାତ୍ରୀ ଦଳରେ ହୃଦରୋଗୀ, ଛୋଟପିଲା ଓ ମହିଳା ଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି ।

ତାଲାବନ୍ଦ ଯୋଗୁଁ ବଢୁଛି ଦାଦନଙ୍କ ଦୁଃଖ । ବାହାର ରାଜ୍ୟରେ ଫସିଛନ୍ତି ଓଡିଆ । ତାମିଲନାଡୁର କୋଏମ୍ବାଟୁର ଅଂଚଳରେ ରାଜ୍ୟ ବିଭିନ୍ନ ଅଂଚଳରୁ ଯାଇଥିବା ଓଡିଆ ଫସିରହିଛନ୍ତି । ଟଙ୍କା ନଥିବାରୁ ରହିବା ଓ ଖାଇବାରେ ସମସ୍ୟା ଦେଖାଦେଇଛି । ଉଦ୍ଧାର ପାଇଁ ଏମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି କେରଳରେ ଫସିଛନ୍ତି ଗଞ୍ଜାମ ସୋରଡା ଅଂଚଳର ଅନେକ ଓଡିଆ । ତାଲାବନ୍ଦ ଯୋଗୁଁ ଏମାନେ ଅସୁବିଧାରେ ଅଛନ୍ତି । ତେଣୁ ଖୁବଶୀଘ୍ର ଉଦ୍ଧାର ପାଇଁ ସେମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ବାହାର ରାଜ୍ୟରେ ଫସିଥିବା କୌଣସି ଶ୍ରମିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ସେ କହିଛନ୍ତି, ଯେଉଁ ସବୁ ରାଜ୍ୟମାନଙ୍କରେେ ଓଡିଆ ଶ୍ରମିକମାନେ ଫସିରହିଛନ୍ତି ସରକାର ସେହି ରାଜ୍ୟର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏପରିକି ହେଲପ ଲାଇନ ନମ୍ବର ସହ ରାଜ୍ୟ ସରକାରଙ୍କ କଂଟ୍ରୋଲ ରୁମ କାମ କରୁଛି । ଆମ ରାଜ୍ୟରେ ମଧ୍ୟ ଅନ୍ୟ ରାଜ୍ୟର ଶ୍ରମିକ ରହିଛନ୍ତି । ଯେଉଁମାନଙ୍କୁ ୪୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ତେଣୁ ଭୟଭୀତ ନହୋଇ ନିକଟରେ ଥିବା ଆଶ୍ରୟସ୍ଥଳୀରେ ରହିବାକୁ ଅନୁରୋଧ କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ ।