ସଂସଦରେ ମିଳିଲା ଓଡ଼ିଆ ଖାଦ୍ୟ ! ଜାଣନ୍ତୁ କେଉଁ ଖାଦ୍ୟ ଆଇଟମର ଦାମ କେତେ ?

88

କନକ ବ୍ୟୁରୋ : ସଂସଦରେ ଓଡ଼ିଆ ଖାଦ୍ୟର ପସରା । ଓଡ଼ିଆ ଖାଦ୍ୟର ବାସ୍ନାରେ ମହକି ଉଠୁଥିଲା ସଂସଦ ପରିସର ।ଆଳୁଚପ, ନିମିକି, ବରା, ଏଣ୍ଡୁରି ପିଠା, ଛେନା ପୋଡ ଓ ଛେନା ଗଜା ଭଳି ପାଟି ସୁଆଦିଆ ଆଇଟମ ସଂସଦର କ୍ୟାଣ୍ଟିନରେ ଦେଖିବାକୁ ମିଳିଥିଲା । ଅଧିକାଂଶ ସାଂସଦ ଓଡ଼ିଶା ଖାଦ୍ୟର ମଜା ମଧ୍ୟ ନେଇଥିଲେ । ଆଗାମୀ ସାତଦିନ ପର୍ଯ୍ୟନ୍ତ ସଂସଦର କ୍ୟାଣ୍ଟିନରେ ଏଭଳି ଓଡ଼ିଆ ଖାଦ୍ୟର ମଜା ନେବେ ପୂରା ଦେଶର ସାଂସଦ । କାରଣ ସଂସଦର କ୍ୟାଣ୍ଟିନରେ ଏଣିକି ସାପ୍ତାହିକ ଭାବେ ପ୍ରତି ରାଜ୍ୟର କିଛି ଲୋକପ୍ରିୟ ଖାଦ୍ୟ ଆଇଟମ ପ୍ରସ୍ତୁତ ହେବ ।

ପ୍ରଥମଥର ପାଇଁ ସଂସଦର କ୍ୟାଣ୍ଟିନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଯାହାଦ୍ୱାରା ପ୍ରତି ରାଜ୍ୟରେ ମିଳୁଥିବା ଲୋକପ୍ରିୟ ଖାଦ୍ୟ ଆଇଟମର ମଜା ନେଇପାରିବେ ସାଂସଦ । ତେବେ ଏହି ସପ୍ତାହର ସ୍ପେଶାଲ ଆଇଟମ ଭିତରେ ବରା, ଆଳୁଚପ, ନିମିକି, ଏଣ୍ଡୁରି ପିଠା, ଛେନା ପୋଡ ଓ ଛେନା ଗଜା ଭଳି ସୁସ୍ୱାଦୁ ଆଇଟମ ସ୍ଥାନ ପାଇଥିଲା । ଆଳୁ ଚପ ପ୍ଲେଟର ଦାମ ୨୦ ଟଙ୍କା ରହିଥିବା ବେଳେ, ପ୍ରତି ନିମିକି ୧୦ ଟଙ୍କା, ବରା ୧୦ ଟଙ୍କା, ଏଣ୍ଡୁରି ପିଠା ୨୦ ଟଙ୍କା, ଛେନା ପୋଡ ପ୍ରତି ଖଣ୍ଡକୁ ୫୦ ଟଙ୍କା ଓ ଛେନା ଗଜା ପ୍ରତି ଖଣ୍ଡ ପାଇଁ ୨୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ।