କନକ ବ୍ୟୁରୋ : ସବୁବେଳେ ରାଜ୍ୟବାସୀଙ୍କ ପାଇଁ କିଛି ନୂଆ ଭେଟି ଦେବାରେ ପ୍ରତିବଦ୍ଧ ଥିବା ସମ୍ବାଦ ପରିବାର ଚଳିତବର୍ଷ ଆରମ୍ଭରେ ଭେଟି ଦେଇଛି ମଞ୍ଜରୀ ଟିଭି । ଏହି ମନୋରଂଜନ ଚ୍ୟାନେଲ ସାଟେଲାଇଟରେ ଆସିବା ପୂର୍ବରୁ ଲୋକାର୍ପିତ ହୋଇଛି ମଞ୍ଜରୀ ସୋସିଆଲ ମିଡ଼ିଆ ।
ମନୋରଂଜନ ନେଇ ଆସିଛି ମଞ୍ଜରୀ । ଏବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଉପଲବ୍ଧ ଏକ ଭିନ୍ନ ସ୍ୱାଦର ମନୋରଜଂନ ଚ୍ୟାନେଲ୍ ମଞ୍ଜରୀ ଟିଭି । ଆଗକୁ ସାଟେଲାଇଟ୍ ମାଧ୍ୟମରେ ଦର୍ଶକ ଦେଖି ପାରିବେ ମଞ୍ଜରୀ ଟିଭି । ଓଡ଼ିଶାର ପ୍ରଥମ ଫ୍ରି-ଟୁ ଏୟାର ବା ଦେୟମୁକ୍ତ ପ୍ରସାରଣକାରୀ ଚ୍ୟାନେଲ୍ ଭାବେ ମଞ୍ଜରୀ ଟିଭିକୁ ଭେଟି ଦେଇଛି ରାଜ୍ୟର ସବୁଠୁ ବଡ଼ ମିଡିଆ ହାଉସ୍ । ଲୋକାର୍ପିତ ହୋଇଛି ମଞ୍ଜରୀ ଟିଭି ସୋସିଆଲ ମିଡ଼ିଆ ।
ମନୋରଂଜନ ବି ସଂପର୍କ ଯୋଡ଼େ । ଆଉ ସମ୍ପର୍କକୁ ମଜବୁତ କରିବାର ଭିନ୍ନ ଏକ ବାର୍ତ୍ତା ଦେଉଛି ମଞ୍ଜରୀ ଟିମ୍ । ସେଇଥି ପାଇଁ ତ’ ଚ୍ୟାନେଲର ଟ୍ୟାଗ୍ ଲାଇନ୍ ରହିଛି, ଉତ୍ସବ ଆମ ସଂପର୍କର । ମଞ୍ଜରୀ ଟିଭିର ସୋସିଆଲ ମିଡ଼ିଆ ଲୋକାର୍ପଣ ଉତ୍ସବରେ ପ୍ରଦର୍ଶିତ ହୋଇଛି ଚ୍ୟାନେଲର ଥିମସଙ୍ଗ । ଏହି ଅବସରରେ ସମରେଶ ରାଉତରାୟଙ୍କ ଫିଲ୍ମର ଅଦୃଶ୍ୟମର ସଂଗୀତ ସିଡି ଏବଂ ଏସ୍-ଥ୍ରୀ ବ୍ୟାନରରେ ପ୍ରସ୍ତୁତ-ଟିକେ ଲଭ୍ ଟିକେ ଟ୍ୱିଇଷ୍ଟର ସଂଗୀତ ସିଡି ଉନ୍ମୋଚିତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/69459668_108754510506144_2104778891255087104_n.jpg)