ତେଜୁଛି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ : ବିଧାନସଭା ଆଗରେ ଧାରଣ ଦେବାକୁ ଚେତାବନୀ

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ଆଗରେ ଆନ୍ଦୋଳନ କରିବେ ଏସସିବି ନର୍ସିଂ ଛାତ୍ରୀ । କଲେଜ ଅଧ୍ୟକ୍ଷା କାଜଲ ରାଣୀ ସିହ୍ନାଙ୍କ ଇସ୍ତଫା ଦାବିରେ ଧାରଣା ଦେବେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଅଧ୍ୟକ୍ଷାଙ୍କ ବିରୋଧରେ ବଢିବାରେ ଲାଗିଛି ଅଭିଯୋଗର ତାଲିକା । ଗତକାଲି ଆଉ ୧୦ ଛାତ୍ରୀ ଅଧ୍ୟକ୍ଷାଙ୍କ ବିରୋଧରେ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି । ସେହିପରି ଏସସିବି କର୍ତୃପକ୍ଷ ନଶୁଣିବାରୁ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ନର୍ସିଂ କଲେଜ ଅଧ୍ୟକ୍ଷାଙ୍କ ବହିଷ୍କାର ଓ ବଦଳି ଦାବି କରିଛନ୍ତି । ଏଥିସହ ସାଇନ-ଏ-ଡାଏକୁ ତୁରନ୍ତ ବାତିଲ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଅଭିଯୋଗକୁ ଭିତି କରି ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରାଯିବ ବୋଲି ଜିଲ୍ଳାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସାଇନ ଏ ଡାଏ ଘୋଷଣା ପରେ ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ସମସ୍ତ ନର୍ସି ଛାତ୍ରୀ ହଷ୍ଟେଲ ଛାଡିଥିବାବେଳେ, ଫେରିବା ପରେ ପୁଣି ଆନ୍ଦୋଳନ ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି ।