ସାବଧାନ ! ବନ୍ଦ ହୋଇପାରେ ଏଟିଏମ୍ , ବଢିପାରେ ଆପଣଙ୍କ ସମସ୍ୟା

901

ଡ଼ିଜିଟାଲ୍ ଟ୍ରାଞ୍ଜାକସନ୍ ର ସମୟରେ ଆଜି ବି ଲୋକମାନେ ଟଙ୍କା ଲେଣ-ଦେଣ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ମୁଖ୍ୟ କାରଣ ହେଉଛି ଲୋକମାନେ ଏଟିଏମ୍ ରୁ ଅଧିକ ଟଙ୍କା ବାହାର କରୁଛନ୍ତି । କିନ୍ତୁ କିଛି ସମୟ ହେଲା ଏହି ମେସିନ୍ ର ସଂଖ୍ୟା କମି କମି ଯାଉଛି । ଏହି କାରଣରୁ ଆସୁଥିବା ସମୟରେ କ୍ୟାସ୍ ଟ୍ରାଞ୍ଜାକ୍ସନ୍ କୁ ନେଇ ଅନେକ ଅସୁବିଧା ଉପୁଜିଛି । ବ୍ଲୁମବର୍ଗ ରିପୋର୍ଟ ମୁତାବକ, ଆରବିଆଇର କଠୋର ନିୟମ କାରଣରୁ ବ୍ୟାଙ୍କ୍ ଏବଂ ଏଟିଏମ୍ ମେସିନ୍ ରେ ଜରୁରୀ ପରିବର୍ତ୍ତନ କରାଯାଉଛି । ଏହି କାରଣରୁ ଏଟିଏମ୍ ଏବଂ ବ୍ୟାଙ୍କ୍ କୁ ଅଧିକ ଖର୍ଚ୍ଚ କରିବାକୁ ମଧ୍ୟ ପଡୁଛି । ଏଭଳି ସ୍ଥିତିରେ ଲଗାତାର ଏଟିଏମ୍ ମେସିନ୍ ର ସଂଖ୍ୟା କମୁଛି ।

 

ମୁଖ୍ୟ କଥା ହେଉଛି ଏଟିଏମ୍ ମେସିନର ସଂଖ୍ୟା କମ୍ ହେବା ପରେ ବି ଟ୍ରାଞ୍ଜାକସନର ସଂଖ୍ୟା ବଢି ଯାଉଛି । ଯଦି ଏଭଳି ଭାବରେ ଏଟିଏମ୍ ମେସିନର ସଂଖ୍ୟା କମି ଯାଏ ତେବେ ଏହାର ପ୍ରଭାବ ସଂପୂର୍ଣ୍ଣ ଦେଶ ଉପରେ ପଡିବ ଏବଂ ଲୋକଙ୍କୁ କ୍ୟାସ୍ ବାହାର କରିବା ପାଇଁ ଅସୁବିଧା ଉପୁଜିବ । ଆରବିଆଇ ରିପୋର୍ଟ ମୁତାବକ , ଦେଶରେ ଏଟିଏମ୍ ଟ୍ରାଞ୍ଜାକସନ୍ ବୃଦ୍ଧିର ଦୁଇବର୍ଷ ମଧ୍ୟରେ ଏଟିଏମ୍ ମେସିନ୍ ର ସଂଖ୍ୟା କମିଗଲା । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ମୁତାବକ,ବ୍ରିକ୍ସ ଦେଶରେ ଭାରତ ହେଉଛି ଏଭଳି ଏକ ଦେଶ ଯେଉଁଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ଭିତରେ ଖୁବ୍ କମ୍ ଏଟିଏମ୍ ହିଁ ରହିଛି ।

CATMi ପୂର୍ବବର୍ଷ ଚେତାବନୀ ଦେଇଥିଲା ଯେ ୨୦୧୯ ରେ ଭାରତର ଅର୍ଦ୍ଧେକରୁ ଅଧିକ ଏଟିଏମ୍ ମେସିନ୍ ବନ୍ଦ ହୋଇଯିବ । ଦେଶରେ ୨ ଲକ୍ଷ ୩୮ ହଜାର ଏଟିଏମ୍ ରହିଛି । ଯେଉଁଥିରେ ୧ ଲକ୍ଷ ୧୩ ହଜାର ଏଟିଏମ୍ ମାର୍ଚ୍ଚ ୨୦୧୯ ଭିତରେ ବନ୍ଦ ହେବାକୁ ଥିଲା । ଏଟିଏମ୍ ମେସିନ୍ ବନ୍ଦ ହେବା କାରଣରୁ ଆରବିଆଇ ଡେପୁଟି ଗଭର୍ଣ୍ଣର ଆର.ଗାନ୍ଧୀ କହିଛନ୍ତି ଏଟିଏମ୍ ଅପରେଟର ସେହି ବ୍ୟାଙ୍କରୁ ଇଣ୍ଟରଚେଞ୍ଜ ଫିସ୍ ନେଇଥାନ୍ତି । ଯାହାଙ୍କ କାର୍ଡ ବ୍ୟବହାର କରାଯାଏ । ଏହି ଫିସ୍ ନ ଦେବା କାରଣରୁ ଏଟିଏମ୍ ର ସଂଖ୍ୟା କମି କମି ଯାଉଛି ।