ଏଣିକି ଅନଲାଇନରେ ମିଳିବ ବୋର୍ଡ ଓ ୟୁନିଭରସିଟି ସାର୍ଟିଫିକେଟ୍ ! ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

55

ଏଣିକି ବୋର୍ଡ ଏବଂ ୟୁନିଭରସିଟି ପ୍ରମାଣପତ୍ର ଅନଲାଇନରେ ମିଳିବ । ଆଜି ମୂଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟ ଠାରେ ଏ ପ୍ରକାର ୮ଟି ସେବାକୁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସେବାପ୍ରଦାନ ପ୍ରକ୍ରିଆର ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସଂପୃକ୍ତ ବିଭାଗ ମାନଙ୍କୁ ସାଧୁବାଦ ଜଣାଇବା ସହ ଅନଲାଇନ ସେବା ଯୋଗାଣ ବ୍ୟବସ୍ଥାକୁ ପୂର୍ଣ୍ଣ ମାତ୍ରାରେ ସ୍ୱୟଂକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୨ ରୁ ୩ ମାସ ମଧ୍ୟରେ ଏହି ସ୍ୱୟଂ ଚାଳନା ବ୍ୟବସ୍ଥା ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସରକରୀ ସେବେ ଆଧୁନୀକରଣ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦରଖାସ୍ତ ଗ୍ରହଣ, ପ୍ରକ୍ରିୟାକରଣ, ବୈଧକରଣ, ଦେୟ ଆଦାୟ, ଅନୁମୋଦନ ଏବଂ ପ୍ରମାଣପତ୍ର ପ୍ରଦାନ ଆଦି ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ବ୍ୟକ୍ତି ନିୟନ୍ତ୍ରଣ ମୁକ୍ତ ଓ ଜନ୍ତ୍ରଚାଳିତ କରିବା ପାଇଁ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ନୂତନଭାବେ ଅନଲାଇନ କରାଯାଉଥିବା ଏହି ୮ଟି ସେବା ବିଷୟରେ ସୂଚନା ଦେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଥିଲେ ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬ଟି ସେବା ଏବଂ ଉଚ୍ଚଶିକ୍ଷା ବିଭାଗର ୨ଟି ସେବା ଏହାର ଅନ୍ତର୍ଭୁକ୍ତ । ଏଗୁଡିକ ହେଲା ହାଇସ୍କୁଲ ମାର୍କସିଟର ନକଲ, ବୋର୍ଡ ସାର୍ଟିଫିକେଟର ନକଲ, ବୈଧକରଣ ପ୍ରମାଣ, ବୋର୍ଡର ପ୍ରୋଭିଜନାଲ୍ ଏବଂ ବିଶ୍ୱବିଦ୍ୟାଳୟର ମାଇଗ୍ରେସନ ସାର୍ଟିଫିକେଟ ଇତ୍ୟାଦି ।

ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିବାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦିପ୍ତ କୁମାର ମହାପାତ୍ର କହିଥିଲେ ଯେ, ଏଣିକି ବିଭିନ୍ନ ପ୍ରକାର ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବୋର୍ଡ ବା ୟୁନିଭରସିଟି କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ନିଜ ଘରେ କିମ୍ବା ଯେକୌଣସି ସର୍ଭିସ ସେଣ୍ଟରରୁ ସେମାନେ ଆବେଦନ କରିପାରିବେ । ଏଥିପାଇଁ ଡଟ୍ ଓଡିଆ ଡଟ୍ ଇନ୍ କୁ ଯାଇ ନିଜ ୟୁଜର ଆଇଡି ଓ ପାସୱାର୍ଡ କ୍ରିଏଟ କରିବେ ଏହି ଆଇଡି ମାଧ୍ୟମରେ ଆବେଦନ କରିପାରିବେ । ସାର୍ଟିଫିକେଟ ପାଇଁ ଦେୟ ମଧ୍ୟ ଅନଲାଇନ ବ୍ୟାଙ୍କ ସେବା ମାଧ୍ୟମରେ ଦାଖଲ କରାଯାଇ ପାରିବ ।