ଜିଓର ନୂଆ ଧମାକାଦାର ଅଫର୍ ! ଥରେ ରିଚାର୍ଜ କରନ୍ତୁ ବର୍ଷ ସାରା ଶାନ୍ତିରେ ରୁହନ୍ତୁ

71

ଦେଶରେ ମୋଦି , ଯୋଗୀ ପରେ ଯଦି କେହି ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ତେବେ ତାହା ହେଉଛି ଜିଓ । କମ୍ପାନୀ ଗୋଟିଏ ପରେ ଗୋଟିଏ ଏମିତି ଧମାକାଦାର ଅଫର ଆଣୁଛି ଯାହାଦ୍ୱାରା ଗ୍ରାହକ ଅନ୍ୟ କୌଣସି କମ୍ପାନୀ ବିଷୟରେ ଭାବୁ ନାହାଁନ୍ତି ମଧ୍ୟ । ସମର୍ ସରପ୍ରାଇଜ୍ ଏବଂ ଧନ ଧନା ଧନ୍ ପରେ ଏବେ ଜିଓ ଆଣି ଦେଇଛି ଏକ ନୂଆ ପ୍ଲାନ୍ । ତେବେ ଏହି ପ୍ଲାନ୍ ସେହି ମାନଙ୍କ ପାଇଁ ଯେଉଁ ମାନେ ବାରମ୍ବାର ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ଯାହାଙ୍କ ପାଖରେ ସମୟ ଅଭାବ ଥାଏ ।

ଏହି ନୂଆ ପ୍ଲାନରେ ଆପଣଙ୍କୁ ୩୦୦-୪୦୦ ନୁହେଁ ବରଂ ୯୯୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ । ଯଦିଓ ପରିମାଣ ଅଧିକ ନିଶ୍ଚିତ ଭାବରେ ଡାଟା ମଧ୍ୟ ଅଧିକ ରହୁଛି । ୯୯୯୯ ପ୍ଲାନ୍ ମୁତାବକ ଗ୍ରାହକଙ୍କୁ ୧୪ମାସ ଅର୍ଥାତ୍ ୪୨୦ ଦିନ ବୈଧତା ସହ ୮୧୦ଜିବି ଡାଟା ମିଳିବ । ତେବେ ଏହି ପ୍ଲାନର ଖାସ୍ କଥା ହେଉଛି ଏଥିରେ କୌଣସି ଡାଟା ଲିମିଟ୍ ନାହିଁ । ୧୪ ମାସ ଯାଏଁ ସମସ୍ତ କଲ୍ , ରୋମିଙ୍ଗ, ଏବଂ ଏସଏମଏସ୍ ମାଗଣା ରହିଛି । ଯଦି ଆପଣ ପ୍ରାଇମ ମେମ୍ବର ନୁହଁନ୍ତି ତେବେ ୭୫୦ ଜିବି ଡାଟା ମିଳିବ କିନ୍ତୁ ବୈଧତା ରହିବ ୩୬୦ ଦିନ ।