କନକ ବ୍ୟୁରୋ : ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି । ୨୦୧୯ ନିର୍ବାଚନ ପରେ ଖାଲି ପଡିଥିବା ଆସନରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା, ଗୁଜୁରାଟ ଓ ବିହାରରେ ଖାଲି ପଡିଥିବା ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ଓଡିଶାର ୩ଟି, ଗୁଜୁରାଟର ୨ଟି ଓ ବିହାରର ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟସଭା ଉପ-ନିର୍ବାଚନ ନେଇ ୧୮ ଜୁନରେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଜୁନରେ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ୨୬ ଜୁନରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୮ ଜୁନ ନାମାଙ୍କନପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଥିବା ବେଳେ ଜୁଲାଇ ୫ ତାରିଖରେ ହେବ ନିର୍ବାଚନ । ୫ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ଓ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ । ୯ ଜୁଲାଇ ସୁଦ୍ଧା ନିର୍ବାଚନ ପ୍ରକିୟା ଶେଷ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।
ଆସନ୍ତା ୫ରେ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ୨୦୧୯ ସାଧାରଣ ନିର୍ବାଚନ ପରେ ଓଡିଶାର ୩ଟି ରାଜ୍ୟସଭା ଆସନ ଫାଙ୍କା ହୋଇଥିଲା । ରାଜ୍ୟସଭା ସାଂସଦ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ସାଧାରଣ ନିର୍ବାଚନରେ ଭାଗ ନେଇ ନିର୍ବାଚିତ ହେବା ପରେ ଏହି ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହି ୩ ଆସନରେ ବିଜେଡି ସୁପ୍ରିମୋ କାହାକୁ ଦିଲ୍ଲୀ ଦରବାରକୁ ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।