ଠକ ଡାକ୍ତରଙ୍କ ପାଇଁ ଫତୁଆ ଜାରିକଲେ ରାଜ୍ୟ ସରକାର : କାମରେ ଯୋଗ ଦେଉନଥିବା ୧୨୦ ଜଣଙ୍କୁ ନୋଟିସ୍

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କୁଆଡେ ଗଲେ ଡାକ୍ତର । ଠକ ଡାକ୍ତରଙ୍କ ପାଇଁ ଆଜି ଫତୁଆ ଜାରି କରିଛନ୍ତି ରାଜ୍ୟ ସରକାର । କାମରେ ଯୋଗ ଦେଉନଥିବାରୁ ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ୨ ବର୍ଷ ହେବ ଏମାନେ କାର୍ଯ୍ୟରେ ଯୋଗ ଦେଇନଥବା ଅଭିଯୋଗ ହୋଇଛି ।

ପୂର୍ବରୁ ଦୀର୍ଘ ଦିନ ହେବ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ୪୦୮ ଜଣ ଡାକ୍ତରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ମାସରେ ୩୬୩ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଓପିଏସସି ପକ୍ଷରୁ ଆଉ ଅଧିକ ୮୦୮ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।