ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କୁଆଡେ ଗଲେ ଡାକ୍ତର । ଠକ ଡାକ୍ତରଙ୍କ ପାଇଁ ଆଜି ଫତୁଆ ଜାରି କରିଛନ୍ତି ରାଜ୍ୟ ସରକାର । କାମରେ ଯୋଗ ଦେଉନଥିବାରୁ ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ୨ ବର୍ଷ ହେବ ଏମାନେ କାର୍ଯ୍ୟରେ ଯୋଗ ଦେଇନଥବା ଅଭିଯୋଗ ହୋଇଛି ।
ପୂର୍ବରୁ ଦୀର୍ଘ ଦିନ ହେବ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ୪୦୮ ଜଣ ଡାକ୍ତରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ମାସରେ ୩୬୩ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଓପିଏସସି ପକ୍ଷରୁ ଆଉ ଅଧିକ ୮୦୮ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-08-19h43m38s118.png)