ସ୍ମୃତି ଇରାନୀଙ୍କ ନିର୍ବାଚନୀ ସଭା ବାହାରେ ଭୋଟରଙ୍କୁ ବଂଟାଯାଉଥିଲା କି ନୋଟ୍ ? ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା ଯାଂଚ

331

କନକ ବ୍ୟୁରୋ: ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ନୁହେଁ ବରଂ ସ୍ମୃତିଙ୍କ ନାଁରେ ନିର୍ବାଚନୀ ରାଲିରେ ଭୋଟରଙ୍କୁ ଟଙ୍କା ବାଂଟାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଖାଲି ଅଭିଯୋଗ ନୁହେଁ ଏହାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ ସ୍ମୃତିଙ୍କ ନିର୍ବାଚନୀ ସଭା ସ୍ଥଳୀ ବାହାରେ ଭୋଟରଙ୍କୁ ନଗଦ ଟଙ୍କା ବଂଟାଯାଉଥିବାର ଦୃଶ୍ୟ ରହିଛି । ତେବେ ଭିଡିଓଟି ସାମନାକୁ ଆସିବା ପରେ ତୁରନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ଯାଂଚ ପରତାଳ ଆରମ୍ଭ କରାଯିବା ସହ ଘଟଣାର ସତ୍ୟତା ଉପରେ ସ୍ଥାୟୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ, ୧୭ ଏପ୍ରିଲରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପାଟଣାରେ ନିର୍ବାଚନୀ ରାଲି କରିବା ସହ ଏକ ଜନସଭାରେ ଜନତାଙ୍କୁ ସମ୍ବୋଧିତ କରିଥିଲେ । ତେବେ ଏହିସମୟରେ କିଛି ଆଂଚଳିତ ଗଣମାଧ୍ୟମରେ ଏକ ଭିଡିଓ ପ୍ରସାରିତ କରାଯାଇଥିଲା, ଯେଉଁଥିରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ବ୍ୟକ୍ତି କଥିତ ରୂପରେ ଟଙ୍କା ନେବାର ଦୃଶ୍ୟ ରହିଥିଲା । ତେବେ ପ୍ରସାରିତ ହେଉଥିବା ଭିଡିଓଟି ସ୍ମୃତି ଇରାନୀଙ୍କ ପାଟଣା ଜନସଭା ବାହାରେ ବନାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମଗୁଡିକ ଦାବି କରିଛନ୍ତି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଗୁଜୁରାଟ)ଙ୍କ କହିଛନ୍ତି ଯେ, ଆମେ ଖବରକୁ ଦେଖିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ ଏବଂ ଘଟଣାର ସତ୍ୟତା ଜାଣିବା ପାଇଁ ପାଟଣା ଜିଲ୍ଲାର ଜିଲ୍ଲାପାଳଙ୍କୁ ମାମଲାର ଯାଂଚ କରିବା ପରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।