ଭବିଷ୍ୟତରେ ବିବାହ ସମ୍ଭବ ନୁହେଁ ବୋଲି ଜାଣି ସୁଦ୍ଧା ଯଦି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖନ୍ତି ଓ ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଗତ କରନ୍ତି, ତେବେ ତାହାକୁ ଏକ ଅପରାଧ ରୂପେ ବିବେଚନା କରାଯିବ ନାହିଁ। କିମ୍ବା ଏନେଇ କୌଣସି ଅଭିଯୋଗ ପୁଲିସ୍ ଥାନାରେ ଆଗତ କରାଯାଇ ପାରିବ ନାହିଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Advertisment

publive-image

ସୂଚନା ମୁତାବକ, ମହାରାଷ୍ଟ୍ର ବିକ୍ରୟ କର ବିଭାଗର ଜନୈକା ସହକାରୀ କମିଶନର ତାଙ୍କୁ ସିଆରପିଏଫର ଜନୈକ ଡେପୁଟି କମାଣ୍ଡାଣ୍ଟ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ତେବେ, ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମହିଳାଙ୍କ ଦ୍ୱାରା ଆଗତ ଅଭିଯୋଗକୁ ଖାରଜ କରିଦେବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି।