ଉତ୍ତର କୋରିଆ ସହ ଉତ୍ତେଜନାକୁ ନେଇ ଚୀନ ଉପରେ ଆଖି : ଦକ୍ଷିଣ ଚୀନ ସାଗରରେ ଆମେରିକାର ଯୁଦ୍ଧ ପ୍ରସ୍ତୁତି

39

କନକ ବ୍ୟୁରୋ : ଦକ୍ଷିଣ ଚୀନ୍ ସାଗର ଉପରେ ଆମେରିକାର ଯୁଦ୍ଧ ବିମାନ । ଆମେରିକାର ଯୁଦ୍ଧ ସାମଗ୍ରୀ ବୋହୁଥିବା ଏଫ-୧୮ ସୁପର ହର୍ଣେଟ୍ ବିମାନ ଦକ୍ଷିଣ ଚୀନ୍ ସାଗରରେ ନିଜର ଉପସ୍ଥିତି ଜାହିର କରିଛି । ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ରୋନାଲ୍ଡ ରେଗାନ୍ ଯୁଦ୍ଧ ବିମାନ ଉପରେ ଅବତରଣ କରିଛି ଏଫ-୧୮ ସୁପର ହର୍ଣେଟ୍ । ନିୟମିତ ଯୁଦ୍ଧାଭ୍ୟାସ ବେଳେ ଆମେରିକାର ଯୁଦ୍ଧ ସାମଗ୍ରୀ ବୋହୁଥିବା ବିମାନ ଦକ୍ଷିଣ ଚୀନ୍ ସାଗରକୁ ଆସିବା ପରେ ଏହା ଚୀନର ଚିନ୍ତା ବଢାଇ ଦେଇଛି ।

ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ଉତ୍ତେଜନା ଦୃଷ୍ଟିରୁ ଚୀନ୍ ଉପରେ ମଧ୍ୟ ଦୃଷ୍ଟି ରଖିଛି ଆମେରିକା । ଚୀନ୍ ସେନା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଆମେରିକାର ଯୁଦ୍ଧ ବିମାନ ଦକ୍ଷିଣ ଚୀନ୍ ସାଗରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଚୀନ୍ ଉପକୂଳଠାରୁ ୪ ଶହ ନଟିକାଲ ମାଇଲ୍ ଅର୍ଥାତ୍ ୭୪୮ କିଲୋମିଟର ଦୂରରେ ଆମେରିକାର ଯୁଦ୍ଧ ବିମାନ ସହ ଜାପାନର ଯୁଦ୍ଧ ବିମାନ ପଇଁତରା ମାରିଛି । ଫଳରେ ଯଦି ଆମେରିକା ଓ ଉତରକୋରିଆ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ଚୀନ୍ର ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିବାକୁ ଆମେରିକା ଏପରି ପଦକ୍ଷେପ ନେଇଛି ।