ତାତି ଯୋଗୁଁ ସମସ୍ତେ ଡହଳ ବିକଳ । ମୁନ୍ଦାଏ ପାଣି ପାଇଁ ସବୁଠି ହାହାକାର । ଏଭଳି ସ୍ଥିତିରେ ଆଶ୍ୱସନା ମିଳିଛି । ଘରୋଇ ପାଣିପାଗ ସଂସ୍ଥା ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ହେବ ବୋଲି ପୂର୍ବାନୁମାନ କରିଛି । କ୍ରମାଗତ ଦୁଇବର୍ଷ ଲଗାତର ମରୁଡି ପରେ ଏହି ବର୍ଷ ଭଲ ଚାଷ ହେବା ସମ୍ଭାବନା ରହିଛି ବୋଲି ଏହି ସଂସ୍ଥା କହିଛି । ଆସନ୍ତା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବର୍ଷର ୭୦ ପ୍ରତିଶତରୁ ଅଧିକ ବର୍ଷା ହେବ ବୋଲି ସ୍କାଏ ମେଟ୍ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ୧୦୫ ପ୍ରତିଶତ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଭାରତର ପଶ୍ଚିମ ଓ କେନ୍ଦ୍ରାଂଚଳରେ ଭଲ ବର୍ଷା ହେବା ସମ୍ଭାବନା ରହିଛି । ଏହା ଦେଶର ଚାଷୀଙ୍କ ପାଇଁ ଖୁସି ଖବର । ମରୁଡି ସହ ଲଢି ନିରାଶ ହୋଇପଡିଥିବା ଚାଷୀ ଚଳିତ ବର୍ଷ ଆଶ୍ୱସ୍ତ ହେବ ବୋଲି ସଂସ୍ଥା କହିଛି ।
ସ୍ୱାଭାବିକ ହେବ ମୈାସୁମୀ
/kanak/media/post_attachments/wp-content/uploads/2016/04/vlcsnap-2016-04-12-12h17m32s982.png)