କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଚାରିଆଡ଼େ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁରରୁ ଆସିଛି ନିଆରା ଚିତ୍ର । ଖୋଦ୍ ପୋଲିସ ବାବୁଙ୍କ ଗାଡ଼ିରୁ ଧୁଆଁ ବାହାରୁଛି । ପରିବେଶ ପ୍ରଦୁଷଣ ହେଉଛି । ହେଲେ ଏହା ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପିସିଆର ଭ୍ୟାନରୁ ଧୂଆଁ ବାହାରୁଥିବା ବେଳେ ପ୍ରଦୁଷଣ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା କୁହାଯାଉଛି ।

Advertisment

publive-image

ତେବେ ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କୁ ପୋଲିସ ନୂଆ ନିୟମ ନେଇ ଯାଂଚ କରୁଥିବା ବେଳେ ପୋଲିସ ଗାଡ଼ିର ଯାଂଚ କରିବ କିଏ? ପୋଲିସ ଗାଡ଼ିରୁ ଧୂଆଁ ବାହାରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପୋଲିସ ଗାଡ଼ିରୁ ଧୂଆଁ ବାହାରୁଥିବା ବେଳେ କଣ ପାଇଁ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯାଉନାହିଁ ତାହା ଏବେ ଉଠିଛି ପ୍ରଶ୍ନ ।