ସ୍ୱାଭାବିକ ଚାଲିବ ମାଲଗାଡି । ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ । ପରିବହନ ଗାଡି ପାଇଁ ଦରକାର ନାହିଁ କୌଣସି ପାସ୍

8,521

କନକ ବ୍ୟୁରୋ: ସ୍ୱାଭାବିକ ଚାଲିବ ମାଲଗାଡି । ମାଲ ପରିବହନ ଗାଡି ସ୍ୱାଭାବିକ ଚଳପ୍ରଚଳ ପାଇଁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଲକଡାଉନ ପାଇଁ ତନଖି ଫାଟକରେ ଅଟକିଥିବା ମାଲଗାଡି ଛାଡିବାକୁ ସରକାରଙ୍କ ନିର୍ଦ୍ଦେଶ । ତେବେ ମାଲ ପରିବହନ ଗାଡି ଚାଲିବା ପାଇଁ ଆବଶ୍ୟକ ନାହିଁ କୌଣସି ପାସ୍ ।

ତେବେ ପରିବହନ ଗାଡି ଚାଲିବା ବେଳେ ରାସ୍ତା କଡରେ ଖୋଲା ରହିବ ଢାବା ଓ ଗ୍ୟାରେଜ । ପ୍ରତି ୨୦ କିମି ଦୂରରେ ଗୋଟିଏ ଢାବା ଓ ଗ୍ୟାରେଜ ଖୋଲା ରହିବ । ଉକ୍ତ ଢାବାରେ କେବଳ ମାଲ ପରିବହନ କରୁଥିବା ଗାଡିର ଚାଳକମାନେ ଖାଇପାରିବେ । ଆଉ ଏ ନେଇ ଜିଲ୍ଲାପାଳମାନଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସରକାର କହିଛନ୍ତି ।

ସେପଟେ ଅନଃରାଜ୍ୟ ତନଖି ଫାଟକରେ ଅଟକିଥିବା ମାଲଗାଡିକୁ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ ପାଇଁ ଫାଟକରେ ଅଟକିଥିବା ମାଲଗାଡିକୁ ଛାଡିବାକୁ ଚିଠି ଲେଖିଥିଲେ । ସାମଗ୍ରୀ ନେଇ ଆସୁଥିବା ଗାଡି ଅଟକି ରହିଲେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେବ । ତେଣୁ ସେସବୁ ସ୍ୱାଭାବିକ ଚାଲିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।