ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାଠାରେ ଥିବା ଶ୍ରୀ ଦୂର୍ଗା ମାଲେଶ୍ୱର ସ୍ୱାମୀ ମନ୍ଦିରରେ ଜାନୁଆରି ୧ ତାରିଖ ପରଠାରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଣିକି ମନ୍ଦିର ଭିତରକୁ ମହିଳାମାନେ ଆଉ ଜିନ୍ସ ପିନ୍ଧି ଯାଇ ପାରିବେ ନାହିଁ। ମନ୍ଦିରକୁ ପ୍ରବେଶ କରିବା ପାଇଁ ଶାଢ଼ି ପରିଧାନ କରିବା ବିଧେୟ।
ମନ୍ଦିରର କାର୍ୟ୍ୟନିର୍ବାହୀ ଅଧିକାରୀ କୋଟେସ୍ୱାରାମା କହନ୍ତି କି ‘କେବଳ ମହିଳାଙ୍କ ପାଇଁ ନୁହେଁ, ପୁଷୁଷଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରାଯିବ। ପୁରୁଷ ତାର୍ଥଯାତ୍ରୀମାନେ ସର୍ଟ ଓ ମହିଳା ମାନେ ସ୍କଟ କିମ୍ବା ଜିନ୍ସ ପିନ୍ଧି ଠାକୁର ଦର୍ଶନ କରିପାରିବେ ନାହିଁ। ମନ୍ଦିର ପରିସର ଭିତରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସମାନ ରଂଗର ଶାଢ଼ି ରଖାଯିବ। ତାର୍ଥଯାତ୍ରୀମାନେ ସେଠାରେ ନିଜ ପୋଷାକ ବଦଳାଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ଏପରିକି ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ୧୦୦ ଟଙ୍କିଆ ଶାଢ଼ି ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯିବ।
ଜିନ୍ସ ଏବଂ ସ୍କଟ ହେଉଛି ବିଦେଶୀ ସଂସ୍କୃତିର। ତେଣୁ, ହିନ୍ଦୁ ଧର୍ମକୁ ସମ୍ମାନ ଦେଇ ତୀର୍ଥଯାତ୍ରୀମାନେ ନୂଆ ନିୟମକୁ ସହଯୋଗ କରନ୍ତୁ ବୋଲି କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/679003-jeans-zee.jpg)
/kanak/media/post_attachments/wp-content/uploads/2019/01/images-74-700x430-300x184.jpg)
/kanak/media/post_attachments/wp-content/uploads/2019/01/jeans-770x433-300x169.jpg)