କନକ ବ୍ୟୁରୋ: ମାସକର ଘରଭଡା ଦେବେନି ଶ୍ରମିକ । ଭଡାରେ ରହୁଥିବା ଘର ମାଲିକଙ୍କୁ ଏକ ମାସର ଟଙ୍କା ଦେବେନି ଦାଦନ ଶ୍ରମିକ । ମାସେ ପର୍ଯ୍ୟନ୍ତ ଘରଭଡା ନନେବାକୁ ମାଲିକମାନଙ୍କୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । ସଙ୍କଟ ସମୟରେ ଶ୍ରମିକମାନଙ୍କ ଠାରୁ ଭଡା ନନେବାକୁ ସମସ୍ତ ମାଲିକଙ୍କୁ ତାଗିଦ କଲେ କେନ୍ଦ୍ର ସରକାର । ନିର୍ଦ୍ଦେଶ ପରେ ଯଦି କୌଣସି ଘର ମାଲିକ ଶ୍ରମିକଙ୍କ ଠାରୁ ଭଡା ନିଅନ୍ତି କିମ୍ବା ଘର ଛାଡିବାକୁ କୁହନ୍ତି ତେବେ ସେମାନେ ଦଣ୍ଡିତ ହେବେ । ଜିଲ୍ଲାପାଳ ଓ ଏସପି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ତେବେ ଲକଡାଉନ ସମୟରେ ଦାଦନ ଶ୍ରମିକ ମାନେ ନିଜ ନିଜ ଜନ୍ମମାଟିକୁ ଫେରିବା ଆରମ୍ଭ କଲେଣି । ତାଲାବନ୍ଦ ପାଇଁ ବ୍ୟସ୍ତବିବ୍ରତ ହୋଇ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହେଉଛନ୍ତି, ଗାଁମୁହାଁ ହେଉଛନ୍ତି । ତେଣୁ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ ଜିଲ୍ଲାମାନଙ୍କୁ ସେମାନଙ୍କ ସୀମା ସିଲ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଶ୍ରମିକମାନଙ୍କୁ ସୀମା ପାର ନକରାଇବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ରହିବା, ଖାଇବା ବନ୍ଦୋବସ୍ତ କରିବାକୁ କହିଛନ୍ତି ।
ସେପଟେ ଯେଉଁ ଶ୍ରମିକମାନେ ଘରକୁ ଫେରୁଛନ୍ତି ସେମାନଙ୍କୁ ସେହି ଅଞ୍ଚଳରେ ରହିବାର ବ୍ୟବସ୍ଥା କରନ୍ତୁ । କମ୍ପାନୀ ଏବଂ ଦୋକାନୀମାନେ ଶ୍ରମିକଙ୍କ ମାସକର ଦରମା ପ୍ରଦାନ କରନ୍ତୁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଦେଶର ସବୁ ରାଜ୍ୟ ସହ ଜିଲ୍ଲାର ସୀମା ସିଲ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ତାଲାବନ୍ଦ ସମୟରେ ପ୍ରତି ରାଜ୍ୟର ସୀମା ସିଲ କଲେ ବାହାର ରାଜ୍ୟରୁ କୌଣସି ଲୋକ ପ୍ରବେଶ କରିପାରିବେନି । ସେହିପରି ସବୁ ଜିଲ୍ଲାମାନଙ୍କର ସୀମା ସିଲ ଫଳରେ ବାହାର ଜିଲ୍ଲାର ଲୋକେ ଅନ୍ୟ ଜିଲ୍ଲାକୁ ପ୍ରବେଶ କରି ପାରିବେନି । ଫଳରେ ସଂକ୍ରମଣର ଆଶଙ୍କା କମିଯିବ । ତାଲାବନ୍ଦ ଦେଶ ପାଇଁ ବହୁତ ଜରୁରୀ । ତେଣୁ ତାଲାବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ହେଲେ ସୀମା ସିଲ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସମିଟରେ କୁହାଯାଇଛି ।
ସୀମା ସିଲ ନେଇ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି କେମିତି ଏହାର ପରିଚାଳନା କରିବେ ସେ ଦାୟିତ୍ୱ ସେମାନେ ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/6-14.jpg)
/kanak/media/post_attachments/wp-content/uploads/2020/03/4-14.jpg)