ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ମନ୍ତ୍ରୀ କହିଲେ, ଆରଏମଏସଏ ନିୟମାବଳୀ ଅନୁସାରେ ପ୍ରତିଷ୍ଠା କରାଯିବ ହାଇସ୍କୁଲ ।

607

କନକ ବ୍ୟୁରୋ : ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି । ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ସମୀର କହିଛନ୍ତି, ରାଜ୍ୟରେ ୩୭୦ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନଥିବା ବେଳେ ଆରଏମଏସଏ ନିୟମାବଳୀ ଅନୁସାରେ ହାଇସ୍କୁଲ ପ୍ରତିଷ୍ଠା କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଏଣୁ ହାଇସ୍କୁଲ ନଥିବା ଗ୍ରାମପଞ୍ଚାୟତ ଗୁଡିକରେ ଆରଏମଏସଏ ନିୟମାବଳୀ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।