ଶୁଖିଲା ପଡ଼ିଛି ଶ୍ରାବଣ, ଆଗାମୀ ୩ ଦିନଯାଏଁ ନାହିଁ ବର୍ଷା ସମ୍ଭାବନା। ଜୁଲାଇ ଶେଷ ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ ବଳୟ, ୨୫ ପରେ ବଦଳିପାରେ ପାଗ

168

କନକ ବ୍ୟୁରୋ: ଜୁଲାଇ ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଦୁର୍ବଳ ରହିଥିବା ମୌସୁମୀ ପୁଣି ଥରେ ସକ୍ରିୟ ହେବ । ୨୫ ତାରିଖଠାରୁ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବା ସହ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ ସେଭଳି ବର୍ଷାର ସମ୍ଭାବନା ନାହିଁ । ତେବେ କାଳବୈଶାଖୀ ପ୍ରଭାବରେ ୨୨ ଓ ୨୩ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ । ୨୪ ତାରିଖରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।