ବିଲ୍ ନଦେଲେ ଜିନିଷ ମାଗଣା! ରେଳ ମନ୍ତ୍ରାଳୟର ବଡ ନିଷ୍ପତ୍ତି; ଏଣିକି ବିନା ବିଲରେ ଜିନିଷ ମିଳିଲେ ଯାତ୍ରୀଙ୍କୁ ଦେବାକୁ ପଡିବନି ଟଙ୍କା

401

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବିଲ ନମିଳିରେ ଷ୍ଟେସନ ଏବଂ ଟ୍ରେନରେ ମାଗଣାରେ ମିଳିବ ଖାଦ୍ୟ ସାମଗ୍ରୀ । ରେଳ ମନ୍ତ୍ରଳାୟ ଯାତ୍ରୀଙ୍କ ସୁରକ୍ଷା ପାଇଁ ‘ନୋ ବିଲ ନୋ ପେମେଂଟ’ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଯଦି ଷ୍ଟେସନ କିମ୍ବା ଟ୍ରେନରେ କୌଣସି ସାମଗ୍ରୀ ବିକୁଥିବା ବିକ୍ରେତା ଆପଣଙ୍କୁ ବିଲ ନଦିଅନ୍ତି ତେବେ ଆପଣ କିଣିଥିବା ସମସ୍ତ ସାମଗ୍ରୀ ମାଗଣାରେ ପାଇବେ । ଏନେଇ ରେଳ ମନ୍ତ୍ରୀ ପିଉଷ ଗୋଏଲ ଏକ ଭିଡ଼ିଓ ଶେୟାର କରିଛନ୍ତି ।

ଭିଡ଼ିଓରେ ସେ କହିଛନ୍ତି ବିକ୍ରେତାଙ୍କ ଦ୍ୱାରା ଗ୍ରାହକଙ୍କୁ ବିଲ ଦେବା ବାଧ୍ୟତାମୁଳକ କରାଯାଇଛି । ଏହା ଏଥିରେ କୁହାଯାଇଛି ଯଦି କୌଣସି ବିକ୍ରେତା ଅପଣଙ୍କୁ ବିଲ ଦେବାକୁ ମନାକରନ୍ତି ତେବେ ଆପଣଙ୍କୁ ଟଙ୍କା ଦେବାର କୌଣସି ଆବଶ୍ୟକତା ନାହିଁ । ସୁଚନା ଅନୁସାରେ ଷ୍ଟେସନ୍ ଏବଂ ଟ୍ରେନରେ ରେଳ ଯାତ୍ରୀଙ୍କ ଠାରୁ ବେପାରି ମାନଙ୍କ ମନମୁଖୀ ମୁଲ୍ୟ ଧାର୍ଯ୍ୟ କରିବା ନେଇ ଅନେକ ଥର ଅଭିଯୋଗ ହୋଇଛି ।

ପାଣି ବୋତଲଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ରେଳଯାତ୍ର୍ରୀଙ୍କ ଠାରୁ ଢେର ସାରା ଫାଇଦା ଉଠାଇଥାଆନ୍ତି ବିକ୍ରେତା । ନିର୍ଦ୍ଦାରିତ ଦର ନଥିବା ଏହି ସାମଗ୍ରୀ ଗୁଡ଼ିକ ବିକ୍ରୟ କରି ଲୋକଙ୍କୁ ଶୋଷଣ ହେବାକୁ ପଡ଼ିଥାଏ । ଯାହକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରେଳମନ୍ତ୍ରାଳୟ । ଏଭଳି ନିୟମ ଲାଗୁକରିବା ପରେ ତାଙ୍କୁ ଭଲ ଫିଡ଼ବ୍ୟାକ୍ ମଧ୍ୟ ମିଳିଛି ।