ନିଜାମୁଦ୍ଦିନ ଫେରନ୍ତା ୩ ଜଣଙ୍କ ରିପୋର୍ଟ ପଜେଟିଭ୍ । ୨୮ ଜଣଙ୍କ ରକ୍ତନମୁନା ପରୀକ୍ଷା ହୋଇଥିବା ବେଳେ ୩ ଜଣଙ୍କର ଆସିଛି ପଜିଟିଭ୍

1,987

କନକ ବ୍ୟୁରୋ : ନିଜାମୁଦ୍ଦିନ ଫେରନ୍ତା ୩ ଜଣ ପଜିଟିଭ୍ । ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ଓଡିଶାରୁ ୨୮ ଜଣ ଚିହ୍ନଟ । ସମସ୍ତ ୨୮ ଜଣଙ୍କ କରୋନା ପରୀକ୍ଷା ହୋଇଥିବା ନେଇ ମିଳିଛି ସୂଚନା । ୨୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍ । ବାକି ୩ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଆକ୍ରାନ୍ତ ୩ଜଣ କଟକ, ଯାଜପୁର ଓ ପୁରୀର ବୋଲି ଜଣାଯାଇଛି । ଏନେଇ ଟ୍ୱିଟ କରି ସ୍ପଷ୍ଟ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଏହାସହ ନିଜାମୁଦ୍ଦିନ ଘଟଣା ସହ ଲିଙ୍କ ଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ । ନିଜ ଆଡୁ ୧୦୪କୁ କଲ କରିବାକୁ ଦେଲେ ପରାମର୍ଶ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ବାବଦରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି ।

ଯେଉଁ ବ୍ୟକ୍ତିଙ୍କ ପାଖରେ ଏପରି କିଛି ତଥ୍ୟ ଥିବ ସେମାନେ ୧୦୪ କୁ କଲ କରି ଜଣାଇ ପାରିବେ ବୋଲି ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି । ତେବେ ରାଜ୍ୟରେ ବର୍ତମାନ ସୁଦ୍ଧା ୨୦ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।