ମାନିଲେନି ଗଡକରୀ :ବେଆଇନ ଟୋଲଗେଟକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନୀତିନ ଗଡକରୀ

19

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ କୈାଣସି ବି ଟୋଲଗେଟ ବେଆଇନ ନୁହେଁ । ଯାହା ନିୟମ ହେବ ସାରା ଦେଶ ପାଇଁ ହେବ, କେବଳ ଓଡିଶା ପାଇଁ ହେବନି । ଗତ କିଛି ଦିନ ଧରି ବେଆଇନ ଟୋଲଗେଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ଅଭିଯୋଗକୁ ଖୋଲାଖୋଲି ଖଣ୍ଡନ କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସେହିଭଳି ଟୋଲଗେଟ ବେଆଇନ ନୁହେଁ ପୂର୍ବରୁ ରାଜ୍ୟ ସରକାର ଏ ବାବଦରେ ସ୍ପଷ୍ଟ କରିଥିବା ଗଡକରୀ କରିଛନ୍ତି । ଅନ୍ୟପକ୍ଷରେ ଭଲ ରୋଡ ଆବଶ୍ୟକ ହେଲେ ଟୋଲ ଫି ଆଦାୟ ହେବ ବୋଲି କହିବା ସହ ଆଗାମୀ ଦିନରେ ଟୋଲ ଫି ଆଦାୟ ହେବାର ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାବାଦ କେନ୍ଦ୍ରର ବିକାଶ ତଥ୍ୟ ଦେଇ ଗଡକରୀ ଓଡିଶା ବାବଦରେ ନିଜ ବିଭାଗ ଆଉ କେନ୍ଦ୍ରର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ସମଯାଜପୁର ବ୍ରିଜ ଦବିବା ନେଇ ଗଡକରୀ କହିଛନ୍ତି, ମାଟି ପାଇଁ ରାସ୍ତା ଦବିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ଆଉ ୩୦ ତାରିଖ ଭିତରେ ସରିବ ।