ପତ୍ନୀଙ୍କ ସହ ପ୍ରଫେସରଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ଛାଡ଼ିଗଲେ ୪ ପୃଷ୍ଟାର ସୁଇସାଇଡ୍ ନୋଟ୍, ପରିବାରକୁ ମାଗିଲେ କ୍ଷମା ।

3,088

କନକ ବ୍ୟୁରୋ : ରାଉରକେଲା ଏନଆଇଟିରୁ ଆସିଛି ଚାଂଚଲ୍ୟକର ଖବର । ପତ୍ନୀଙ୍କ ସହ ପ୍ରଫେସରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିବା ପୂର୍ବରୁ ପରିବାର ଲୋକଙ୍କୁ କ୍ଷମା ମାଗିବା ସହ ଚାରି ପୃଷ୍ଟାର ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି ଏହି ଦମ୍ପତି । ବିବାହର ୯ ବର୍ଷ ପରେ ବି କୌଣସି ସନ୍ତାନସନ୍ତତି ହୋଇନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଆଶଙ୍କା କରୁଛି ପୁଲିସ ।

ପତ୍ନୀଙ୍କ ସହ ଅଧ୍ୟାପକଙ୍କ ଆତ୍ମହତ୍ୟା । ରାଉରକେଲା ଏନଆଇଟିରେ ଚାଂଚଲ୍ୟ । ଇଏ ହେଉଛନ୍ତି ସେହି ଯୁବ ଦମ୍ପତି ଯାହାଙ୍କର ମୃତଦେହ ଉଦ୍ଧାର କରିଛି ରାଉକେଲା ପୁଲିସ୍ । ଏନଆଇଟି ଲାଇଫ୍ ସାଇନ୍ସ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର୍ ଆର୍. ଜୟବାଲନ୍ ଏବଂ ତାଙ୍କ ପତ୍ନୀ ମାଳିନୀ କେଶବାନ୍, ଯିଏ ସିଡବ୍ଲୁସି ହସ୍ପିଟାଲରେ ଡାଏଟିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ଉଭୟେ ବିଷ ପିଈ ଆତ୍ମହତ୍ୟା କରିଛନ୍ତି । ବିବାହର ୯ବର୍ଷ ପରେ ବି ଏହି ଦମ୍ପତି ନିଃସନ୍ତାନ ଥିଲେ । ଆଉ ଆତ୍ମହତ୍ୟା କରିବା ପୂର୍ବରୁ ସୁସାଇଡ୍ ନୋଟ୍ ବି ଛାଡି ଯାଇଛନ୍ତି ।

ଗତ ବୁଧବାର ଦିନଠାରୁ ଏହି ଦମ୍ପତି ଘରେ କବାଟ ବନ୍ଦ କରି ରହିଥିଲେ । ତେବେ ଦୁଇଦିନ ହେଲା କବାଟ ନଖୋଲିବାରୁ ପଡ଼ୋଶୀ ପରିବାରଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ଗତକାଲି ଯେତେବେଳେ ସୁରକ୍ଷାକର୍ମୀ ଝରକା ପଟୁ ନିରିଖି ଦେଖିଥିଲେ ତାଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ଏ ସଂପର୍କରେ ପୁଲିସକୁ ସୂଚନା ଦେବା ପରେ ପୁଲିସ୍ ଆସି କବାଟ ଖୋଲିଥିଲା । ଆଉ ସାମ୍ନାକୁ ଯାହା ଆସିଥିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ପୁଲିସର ସୂଚନା ଅନୁସାରେ-

-ଏହି ଦମ୍ପତି ତାମିଲନାଡୁ ଇରୋଡା ଅଂଚଳର ।
– ଆତ୍ମହତ୍ୟା ପାଇଁ ଏହି ଦମ୍ପତି ବିଷ ପିଇଥାଇପାରନ୍ତି ।
– ମୃତ୍ୟୁ ପୂର୍ବରୁ ସେମାନେ ୪ପୃଷ୍ଟାର ଏକ ସୁଇସାଇଟ୍ ନୋଟ୍ ଛାଡ଼ିଛନ୍ତି ।
– ପିଲାଛୁଆ ନଥିବାରୁ ଏହି ଦମ୍ପତି ଆତ୍ମହତ୍ୟା କରିଥାଇପାରନ୍ତି ।
– ଉଭୟେ ଆତ୍ମହତ୍ୟା ପୂର୍ବରୁ ସୁଇସାଇଟ୍ ନୋଟରେ ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି ।
– ତାମିଲନାଡୁରେ ଥିବା ପରିବାର ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଛି ।