ଏନ୍ଆଇଟି ଯୌନ କେଳେଙ୍କାରୀ ମାମଲା : ଅଭିଯୋଗକାରିଣୀ ପୀଡ଼ିତାଙ୍କ ହେଲା ଡାକ୍ତରୀ ମାଇନା

27

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟି ଯୌନ ନିର୍ଯାତନା ମାମଲାରେ ଅଭିଯୋଗକାରିଣୀ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ନେଇ ସ୍ଥିର ହୋଇଥିଲେ ମଧ୍ୟ ଛୁଟିଥିବାରୁ ରଜ ପରେ ତାଙ୍କ ବୟାନ ରେକର୍ଡ କରାଯିବ । ଅନ୍ୟପଟେ ଯୌନ କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ବଳରାମ ଚମ୍ପତିରାୟଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ପୁଲିସ୍ । ରଜଛୁଟି ପରେ ଅଧିକ ପଚରାଉଚରା ପାଇଁ ଚମ୍ପତିରାୟଙ୍କୁ ରିମାଣ୍ଡରେ ନେଇପାରେ । ସେପଟେ ଆଉ ଜଣେ ସୁରକ୍ଷାକର୍ମୀ ଚମ୍ପତିରାୟଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି । ଚମ୍ପତିରାୟଙ୍କୁ ପୁଲିସ ଝିରପାଣି ଥାନା ଜଗଦାରୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଗତ ୨୬ ତାରିଖରୁ ଫେରାର ଥିଲେ ବଳରାମ ଚମ୍ପତିରାୟ ।