ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି କ୍ୟୁରେଟିଭ୍ ପିଟିସନର ସୁପ୍ରିମକୋର୍ଟରେ ଶୁଣାଣି । ମୁକେଶ ଓ ବିନୟଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି । ଫାଶୀରୁ ବର୍ତ୍ତିବା ପାଇଁ ଆବେଦନ କରିଛନ୍ତି ଏହି ୨ ଦୋଷୀ , ଦଣ୍ଡାଦେଶ ପରେ ପିଟିସନ ଦାଖଲ କରିଥିଲେ । ତିହାର ଜେଲରେ ସକାଳ ୭ ଟାରେ ଫାଶୀ ପାଇବେ ୪ ଦୋଷୀ ।
ଆଉ ୭ ଦିନ ପରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବ । ୭ ବର୍ଷ ଅପେକ୍ଷାର ଘଟିବ ଅନ୍ତ । ଆସନ୍ତା ୨୨ ତାରିଖ ସକାଳ ୭ ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଜଣ ଅପରାଧୀ ଅକ୍ଷୟ ଠାକୁର, ମୁକେଶ ସିଂହ , ବିନୟ କୁମାର ଶର୍ମା ଓ ପବନ କୁମାର ଗୁପ୍ତା । । ପଟିଆଲା ହାଉସ କୋର୍ଟଙ୍କ ନିର୍ଦ୍ଦେଶ ପରେ ଫାଶୀ ପାଇଁ ଚାଲିଛି ପ୍ରସ୍ତୁତି । ତିହାର ଜେଲ ପକ୍ଷରୁ ୪ ଜଣ ଦୋଷୀଙ୍କ ବେକର ମାପ ନିଆଯାଇଛି । ଏହି ମାପ ହିସାବରେ ଦୋଷୀଙ୍କ ପାଇଁ ଫାଶୀ ଦଉଡି ପ୍ରସ୍ତୁତ କରାଯିବ । ଏଥିସହ ୪ ଜଣ ଦୋଷୀଙ୍କର ଉଚ୍ଚତା ଓ ଓଜନ ମଧ୍ୟ ମପାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ଆଜି ୨ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି ହେବ । ଏହା ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/5708290877030400.jpg)
/kanak/media/post_attachments/wp-content/uploads/2020/01/sc-300x169.jpg)