ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲୁଥିବା ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ପଡୋଶୀ । ଫାଶୀ ମିଳିଲେ ବସ୍ତିରୁ ହଟିବ “ଦୁଷ୍କର୍ମକାରୀଙ୍କ ବସ୍ତି”ର ଟ୍ୟାଗ୍ ।

903

ଦିଲ୍ଲୀ ନିର୍ଭୟା କେସ୍ ର ଅଭିଯୁକ୍ତଙ୍କୁ କେତେବେଳେ ଫାଶୀଖୁଣ୍ଟରେ ଝୁଲାଯିବ ସେହି ସମୟର ଅପେକ୍ଷା ସାରା ଦେଶକୁ ରହିଛି । ତେବେ ଅଭିଯୁକ୍ତ ପୱନ,ବିନୟ ଏବଂ ମୁକେଶ ରହିଆସୁଥିବା କଲୋନୀବାସୀ ଫାଶୀ ଦିନକୁ ଚାତକ ପରି ଚାହିଁରହିଛନ୍ତି । ଏହି ଦୁଷ୍କର୍ମକାରୀଙ୍କ ଯୋଗୁଁ ଆରକେ ପୁରମ୍ ସ୍ଥିତ ରବିଦାସ କ୍ୟାମ୍ପ୍ କଲୋନୀରେ ରହୁଥିବା ଲୋକଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କଲୋନୀରେ ରହୁଥିବା ପିଲାମାନଙ୍କୁ ଶିକ୍ଷାକ୍ଷେତ୍ରରେ ଏବଂ କର୍ମକ୍ଷେତ୍ରରେ ଏହାର ପ୍ରଭାବ ପଡୁଥିବା କଥା କହିଛନ୍ତି କଲୋନୀବାସୀ । ଲୋକମାନେ ଏହି ବସ୍ତିକୁ ଆସିବାକୁ ହିଁ ପସନ୍ଦ କରୁନଥିବା କଥା କହିଛନ୍ତି ବସ୍ତିବାସିନ୍ଦା । ଫାଶୀ ସମୟ ପାଖକୁ ଆସିବା ପରେ ଅଭିଯୁକ୍ତ ପରିବାରର ବ୍ୟବହାର ମଧ୍ୟ ଧିରେ ଧିରେ ପଡୋଶୀଙ୍କୁ ନେଇ ଖରାପ ହେବାକୁ ଲାଗିଛି ।

ତେବେ ଜାନୁଆରୀ ୭ ତାରିଖରେ ପଟିୟାଲା ହାଉସ୍ କୋର୍ଟ ପକ୍ଷରୁ ନିର୍ଭୟାର ୪ ଦୋଷୀଙ୍କ ଫାଶୀ ଦିଆଯିବା ସମୟ ଘୋଷଣା ପରେ ପଡୋଶୀ ଚିନ୍ତାଶୂନ୍ୟ ହୋଇଛନ୍ତି । ସେମାନେ ସେହି ସମୟକୁ ଚାତକ ପରି ଚାହିଁ ରହିଛନ୍ତି ଯେଉଁଦିନ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ ଏବଂ ତାଙ୍କ ବସ୍ତିରୁ “ଦୁଷ୍କର୍ମକାରୀଙ୍କ ବସ୍ତି”ର ଟ୍ୟାଗ୍ ହଟିବ ।