ସୂତ୍ର : ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ଜେଲରେ କରିଥିଲା ଆତ୍ମହତ୍ୟା ଉଦ୍ୟମ ! ଶୌଚାଳୟ ଭିତରେ ଫାଶ ବାନ୍ଧି ଆତ୍ମହତ୍ୟା ଉଦ୍ୟମ ।

2,459

କଡ଼ା ସୁରକ୍ଷା ଏବଂ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରାର ନଜରରେ ଥାଇ ବି ନିର୍ଭୟା ଅଭିଯୁକ୍ତ ବିନୟ ଶର୍ମା ତିହାର୍ ଜେଲ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା ! ଜେଲ୍ ସୂତ୍ର ଏବଂ ବିନୟଙ୍କ ଓକିଲ ଏ.ପି ସିଂହଙ୍କ କହିବାନୁସାର ଏହି ଘଟଣା ବୁଧବାର ସକାଳେ ଘଟିଥିଲା । ସମୟ ଥାଉ ଥାଉ ବିନୟକୁ ସୁରକ୍ଷାକର୍ମୀ ବଞ୍ଚାଇ ଦେଇଥିଲେ । ତେବେ ଏହି ଘଟଣାକୁ ଜେଲ୍ ମହାନିର୍ଦ୍ଦେଶକ ସନ୍ଦିପ୍ ଗୋୟଲ୍ ସିଧାସଳଖ ଖଣ୍ଡନ କରିଥିବା କଥା କୁହାଯାଇଛି । ସୂତ୍ର ଅନୁସାରେ , ବିନୟଙ୍କୁ ଜେଲର ମେଡିକାଲ୍ ଇନ୍ସପେକ୍ସନ୍ ରୁମରେ ୨୪ ଘଣ୍ଟା ଡାକ୍ତରଙ୍କ ନଜରରେ ରଖାଯାଇଥିଲା । ଅନ୍ୟପକ୍ଷରେ ଜେଲ୍ ସୂତ୍ର ଅନୁସାରେ , ଏହି ଘଟଣା ପରେ ଗୁରୁବାର ବିନୟ ଏବଂ ଅନ୍ୟ ଦୋଷୀଙ୍କୁ ଜେଲ୍ ନମ୍ବର ୨ ରୁ ୩ କୁ ଅର୍ଥାତ୍ ଫାଶୀ ଘର ପାଖରେ ଥିବା ହାଇ ସିକ୍ୟୁରିଟି ସେଲ୍ ରେ ସିଫ୍ଟ କରାଯାଇଛି ।

୫-୬ ଫୁଟ୍ ଉଚ୍ଚରେ ଥିଲା ଫାଶ , ବଂଚିଗଲା ଜୀବନ : ସୂତ୍ର ମୁତାବକ , ଜେଲ୍ ନମ୍ବର ୪ ରେ ବିନୟ ବନ୍ଦ ଥିଲା । ବିନୟର କୋଠରୀ ଏବଂ ଶୌଚାଳୟ ଭିତରେ ଗୋଟିଏ ପରଦା ହିଁ ଥିଲା । ବୁଧବାର ସକାଳ ୯ ରୁ ୧୦ ଟା ବେଳେ ବିନୟ କପଡା ଏବଂ ଗାମୁଛା ସାହାଯ୍ୟରେ ଫାଶ ତିଆରି କରିଥିଲା ଏବଂ ବେକରେ ବାନ୍ଧି ଲଟକିବାକୁ ଚେଷ୍ଟା କରିଥିଲା । ଫାଶ ୫-୬ ଫୁଟ୍ ଉଚ୍ଚରେ ଥିବା କାରଣରୁ ଲଟକିବାରେ ଅସୁବିଧା ହୋଇଥିଲା । ଏହି ସମୟରେ ଜଣେ କଏଦୀ ସୁରକ୍ଷାକର୍ମୀକୁ ଏନେଇ ସୂଚନା ଦେଇଥିଲେ ।