ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ବସିଛି ପରିବାର ! କୁଏତରେ ଥିବା ନିଆଳି ପପିନା ଲେଙ୍କାଙ୍କ ମିଳୁନି ପତା ।

184

କନକ ବ୍ୟୁରୋ : ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ବସିଛି ପରିବାର । ପେଟ ପାଇଁ ଏକମାସ ତଳେ ବିଦେଶ ଯାଇଥିବା ପୁଅର ମିଳୁନି ଖୋଜ ଖବର । କୁଏତର ଏନଏସଏଚ କମ୍ପାନୀରେ ଏକ ପାଇପ୍ ଫିଟର ଭାବେ କାମ କରୁଥିଲେ କଟକ ଜିଲ୍ଲା ନିଆଳି ବ୍ଲକର ପପିନା ଲେଙ୍କା । ଗତ ୧୧ ତାରିଖରୁ ସେ କୁଆଡେ ନିଖୋଜ ହୋଇଯାଇଥିବା ତାଙ୍କର ସାଙ୍ଗମାନେ କହିବା ପରେ ମାଆଙ୍କ ଆଖିରୁ ଲୁହ ଶୁଖୁନି ।

ପୁଅର ଫେରିବା ବାଟକୁ ଚାହିଁ ରହିଛି ପୁରା ପରିବାର । ସେପଟେ ପ୍ରଶ୍ନ ଉଠୁଛି କେଉଁଠି ଅଛନ୍ତି ପପିନା? କାହିଁକି ଓ କେମିତି ହୋଇଗଲେ ନିଖୋଜ? ନା ନିଖୋଜ ପଛରେ ରହିଛି ଅନ୍ୟ କିଛି କାରଣ ? ଏମିତି ଅନେକ ପ୍ରଶ୍ନ ଏବେ ସନ୍ଦେହ ଘେରରେ ରହିଥିବା ବେଳେ ନିଖୋଜ ଥିବା ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ପପିନାଙ୍କ ପରିବାର ଲୋକେ ।