କନକ ବ୍ୟୁରୋ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟର ପର୍ଦ୍ଦାଫାସ୍ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍ ଅହମଦ୍ ଦରଙ୍କ ସମେତ ଜୈଶ୍-ଏ-ମହମ୍ମଦର ଚାରି କିମ୍ବା ପାଞ୍ଚ ଜଣ ଆତଙ୍କାବଦୀ ସମ୍ପୃକ୍ତ ଥିଲା ସୂଚନା ମିଳିଛି।

Advertisment

publive-imagehttps://www.sentinelassam.com

ଏନଆଇଏର ଜଣେ ତଦନ୍ତକାରୀ ଅଫିସରଙ୍କ ସୂଚନା ମୁତାବକ, ଆକ୍ରମଣରେ ପାକିସ୍ତାନୀ ପାଦ ଚିହ୍ନ ସ୍ପଷ୍ଟ ଦେଖାଯାଉଛି। ବୋମା ବିସ୍ଫୋରଣକାରୀର ଗାଡ଼ିରେ ୨୫ କିଲୋଗ୍ରାମ୍ ଆରଡିଏକ୍ସ ଗୋଟିଏ ପାତ୍ରରେ ରଖାଯାଇଥିଲା। ଜୈଶ୍-ଏ-ମହମ୍ମଦ୍ ସଂଗଠନ କେମିତି ଆର୍ଡିଏକ୍ସ ଖରିଦ କଲା ତାହାର ତଦନ୍ତ ଚାଲିଛି। କୌଣସି ମତେ ସୀମା ଆରପାରିରୁ ଏହି ବିସ୍ଫୋରକ ଆସିଛି ବୋଲି ତଦନ୍ତକାରୀମାନେ ସନ୍ଦେହକରୁଛନ୍ତି।

publive-image

ଗାଡ଼ି ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି। ସେ ଗାଡ଼ିଟି ଥରେ ଦୁଇ ଥର ସେହି ଗ୍ରୁପ୍ ସହ ଦେଖା ଦେଇଛି ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି । ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିଚୟ ଦେବାକୁ ଏନଆଇଏ ମନା କରିଥିଲେ ବି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ବିବରଣୀ ଜଣାପଡ଼ି ଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।