କନକ ବ୍ୟୁରୋ : ଭାରତ-ମିଆଁମାର ସୀମାରେ ଥିବା ନାଗା ଉଗ୍ରବାଦୀ ସଂଗଠନକୁ ଟାର୍ଗେଟ କରିଛନ୍ତି ଭାର
ତୀୟ ସେନା । ଭାରତୀୟ ସେନାର ଏହି ଅପରେସନରେ ଏନଏସସିଏନର ଅନେକ ଉଗ୍ରବାଦୀଙ୍କର କ୍ଷତି ଘଟିଛି । ଏହି ଅପରେସନ ସମୟରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ କୈାଣସି କ୍ଷତି ହୋଇନାହିଁ । ସେନା କହିଛି ଏହା ସୈନିକ ଅପରେସନ । ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ।
ଏନଡିଟିଭିରେ ପ୍ରକାଶିତ ତଥ୍ୟ ଅନୁସାରେ, ଭାରତ-ମିଆଁମାର ସୀମାରେ ବୁଧବାର ଦିନ ଭାରତୀୟ ସେନା ଓ ନାଗା ଉଗ୍ରବାଦୀ ଏନଏସିଏନର ସଦସ୍ୟଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁ ଅଂଚଳରେ ବୁଧବାର ଦିନ ଏହା ଘଟିଥିଲା ସେ ସ୍ଥାନ ଖୁବ୍ ଘଂଚ ଜଙ୍ଗଲ ଅଟେ ।
ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ନିଜର ବୟାନରେ କହିଛି , ସମୟ ପାଖାପାଖି ସକାଳ ୪ଟା୪୫ ହେବ ଏକ ଡର୍ଜନ ଯବାନଙ୍କର ଉଗ୍ରବାଦୀଙ୍କ ସହ ଏନକାଉଣ୍ଟର ହେଲା । ଯେଉଁଥିରେ ଦୁଇ ପକ୍ଷରୁ ଫାୟାରିଂ ହୋଇଥିଲା । ଉଗ୍ରବାଦୀଙ୍କ ସହ ଏହି ଏନକାଉଣ୍ଟରରେ ଉଗ୍ରବାଦୀଙ୍କର ଅନେକ ମୃତ୍ୟୁ ହୋଇଛି । କିନ୍ତୁ ଭାରତୀୟ ଯବାନଙ୍କର କୈାଣସି କ୍ଷତି ହୋଇନାହିଁ । ସେନା ନିଜର ବୟାନ ଦେଇ କହିଛନ୍ତି , ‘ଭାରତ-ମିଆଁମାର ସୀମାରେ ମୁତୟନ ଭାରତୀୟ ଯବାନଙ୍କ ଉପରକୁ ଉଗ୍ରବାଦୀମାନେ ଫାୟାରିଂ ଆରମ୍ଭ କରିଥିଲେ । । ଆମର ଯବାନ ମାନେ ତୁରନ୍ତ ପ୍ରତିଆକ୍ରମଣ କରିଥିଲେ । ଉଗ୍ରବାଦୀମାନେ ପଳାଇଥିଲେ । ଏହି ଅପରେସନରେ ଭାରତୀୟ ସେନା ଅନ୍ତରାଷ୍ଟ୍ରୀୟ ସୀମାକୁ ଅତିକ୍ରମ କରିନାହାଁନ୍ତି । ’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/soldier-operation.jpg)