ପୁଣି ଅଲୋଡା ନବଜାତକ ! ସମ୍ବଲପୁର ବିଭାଜିତ କେନାଲରେ ଭାଷୁଥିବା ଶିଶୁ ପୁତ୍ରକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

32

କନକ ବ୍ୟୁରୋ : ଅଲୋଡା ନବଜାତକ । କେନାଲରୁ ଉଦ୍ଧାର ହେଲା ଶିଶୁପୁତ୍ର । ସମ୍ବଲପୁର ଗୋପାଳପାଲି ବିଭାଜିତ କେନାଲରେ ଭାସୁଥିବା ଅବସ୍ଥାରେ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ପରେ ଶିଶୁଟିକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ।
ନବଜାତକର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ଶିଶୁ ବିଭାଗର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି । ଏକ ଝୁଡିରେ ଶିଶୁପୁତ୍ର ଭାସୁଥିବାର କିଛି ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-