କାଲିଠୁ ଟେଷ୍ଟ ଟକ୍କର । ଦିନିକିଆ ପରାଜୟର ବଦଲା ନେବା ଲକ୍ଷ୍ୟରେ ବିରାଟ ବାହିନୀ, ସେପଟେ ନୂଆ ରଣନୀତି ପ୍ରସ୍ତୁତ କରୁଛି ନ୍ୟୁଜିଲାଣ୍ଡ ।

256

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟେଷ୍ଟ ଲଢେଇ । ଦୁଇଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ୱେଲିଙ୍ଗଟନରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସକାଳ ୪ ଟାରୁ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆରମ୍ଭ ହେବ ।

ଟି-୨୦ ସିରିଜରେ ଭାରତର କ୍ଲିନ୍ ସୁଇପ୍ ପରେ ଦିନିକିଆରେ ଦମ୍ ଦେଖାଇଥିଲା ନ୍ୟୁଜିଲାଣ୍ଡ । ଦିନିକିଆ ସିରିଜ ପରାଜୟର ବଦଲା ନେବା ଲକ୍ଷ୍ୟରେ କାଲି ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ମ୍ୟାଚ୍ ପାଇଁ ଜୋରଦାର ଅଭ୍ୟାସ କରିଛି ନ୍ୟୁଜିଲାଣ୍ଡ ।

ତେବେ ପ୍ରାରମ୍ଭିକ ଯୋଡିକୁ ନେଇ ସାମାନ୍ୟ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । କାରଣ ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ୱୀ ସ’ଙ୍କୁ ଦିନିକିଆରେ ମଧ୍ୟ ଓପନିଂ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏହି ଯୋଡି ସମ୍ପୂର୍ଣ୍ଣ ଅସଫଳ ରହିଥିଲେ । କିନ୍ତୁ ଅଭ୍ୟାସ ମ୍ୟାଚରେ ଏହି ଦୁଇ ଯୁବ ଖେଳାଳୀ ଭଲ ପ୍ରଦର୍ଶନ କରିଥିଲେ ।

ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ୍ ଶାହା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା ।