ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆସିଗଲା ନୂଆ ବର୍ଷ : ସୁନ୍ଦର ଆତସବାଜି ଏବଂ ଆଲୋକମାଳାରେ ଝଲସିଲା ୨୦୧୮

77

କନକ ବ୍ୟୁରୋ : ସାରା ଦୁନିଆ ୨୦୧୭ରୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି । ଏହାରି ଭିତରେ ନ୍ୟୁଜିଲାଣ୍ଡରେ ଆସିଯାଇଛି ନୂଆବର୍ଷ । ଅକଲାଣ୍ଡରେ ପଦାର୍ପଣ କରି ସାରିଛି ବର୍ଷ ୨୦୧୮ । ଜିରୋ ନାଇଟ୍ କାଉଂଟ ଡାଉନ ସହ ସ୍ୱାଗତ କରିଛନ୍ତି ଅକଲାଣ୍ଡବାସୀ । ଆତସବାଜି ସାଙ୍ଗକୁ ସୁନ୍ଦର ଆଲୋକମାଳାରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଅକଲାଣ୍ଡ ସ୍ଥିତ ପ୍ରସିଦ୍ଧ କ୍ସାର୍ଡ ଟାୱାରରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ଲୋକ । ଆତସବାଜୀରେ ଆକଶ ଝଲସି ଉଠିଛି ପୁରା ସହର । ଏହାସହ ସହରର ବଡ ବଡ ହୋଟେଲରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି ନ୍ୟୁଜିଲାଣ୍ଡବାସୀ । ଭାରତୀୟ ସମୟ ଠାରୁ ୭ ଘଂଟା ୩୦ ମିନିଟ ଆଗୁଆ ଥିବାରୁ ନ୍ୟୁଜିଲାଣ୍ଡରେ ପାଳନ ହୋଇଛି ନୂଆବର୍ଷ ।

ସେପଟେ ଅକଲାଣ୍ଡରେ ନୂଆବର୍ଷ ପହଂଚିବାର ଦୁଇ ଘଂଟା ପରେ ଅଷ୍ଟ୍ରେଲିଆ ସିଡିନିରେ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ଆତସବାଜୀର ଶଦ୍ଧ ସାଙ୍ଗକୁ ସୁନ୍ଦର ଆଲୋକମାଳାରେ ୨୦୧୮କୁ ସ୍ୱାଗତ କରିଛନ୍ତି ସିଡିନିବାସୀ । ଭାରତୀୟ ସମୟଠାରୁ ୫ ଘଂଟା ୩୦ ମିନିଟ ଆଗୁଆ ରହିଛି ଅଷ୍ଟେଲିଆ । ଆଉ କିଛି ସମୟ ପରେ ଟୋକିଓରେ ବି ନୂଆ ବର୍ଷକୁ ସ୍ୱାଗତ କରାଯିବ । ଏହାପରେ ବେଜିଂ ଏବଂ ହଙ୍ଗକଙ୍ଗରେ ଗୋଟିଏ ସମୟରେ ଜିରୋ ନାଇଟ୍ ସେଲିବ୍ରେସନ କରାଯିବ । ପରେ ପରେ ଦୁବାଇ, ପ୍ୟାରିସ, ରୋମ, ଲଣ୍ଡଲ, ନ୍ୟୁୟର୍କ ଏବଂ ଲସ୍ ଆଙ୍ଗେଲସ୍ ନୂତନ ବର୍ଷ ୨୦୧୮କୁ ସ୍ୱାଗତ କରାଯିବ । ଏଥିପାଇଁ ବିଶ୍ୱବାସୀ ପ୍ରସ୍ତୁତ ହୋଇ ଅପେକ୍ଷା କରିଛନ୍ତି ।