ରିଲିଜ୍ ହୋଇଛି ସିନେମା ‘ତୁଳସୀ ଅପା’ର ନୂଆ ଗୀତ । ଗୀତଟିକୁ ବୋଲିଛନ୍ତି ଲୋକପ୍ରିୟ ଗାୟିକା ଇରା ମହାନ୍ତି ଏବଂ ବୁଲୁ । ସିନେମାଟି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରହିଛି ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ କାହାଣୀ । ଚଳଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୁମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକ ଅଭିନୟ କରିଛନ୍ତି । ଏହା ସହ ପ୍ରୋମାଜଂନ ପରିଡା, ଚୈଧୁରୀ ବିକାଶ ଦାସ ଓ ମମତା ପଣ୍ଡା ଅଭିନୟ କରିଛନ୍ତି ।
ଆସନ୍ତା ୧୯ରେ ଚଳଚିତ୍ରଟି ସିନେମା ହଲରେ ପଦର୍ଶିତ ହେବ । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତୁଳସୀ ଅପା’ ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ଫିଲ୍ମ ରାଜ୍ୟ ଚଳଚିତ୍ର ଉତ୍ସବରେ ୬ଟି ପୁରସ୍କାର ହାସଲ କରିିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-06-13h17m21s744.png)