ଯୁକ୍ତ ୨ ପରୀକ୍ଷାରେ ଆସିପାରେ ବଡ ସଂସ୍କାର । ପ୍ରଥମ ବର୍ଷ ବି ହେବ ପରୀକ୍ଷା, ପାସ୍ ହେଲେ ପଢିବେ ଦ୍ୱିତୀୟ ବର୍ଷ ?

1,979

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାରେ ଆସିପାରେ ନୂଆ ସଂସ୍କାର । ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେଲେ ଦ୍ୱିତୀୟ ବର୍ଷ ଯିବେ ଛାତ୍ରଛାତ୍ରୀ । ଆଉ ଫେଲ୍ ହେଲେ ପୁଣି ଦେବାକୁ ପଡିବ ପରୀକ୍ଷା । ମିଳିଥିବା ସୂଚନା ଅନୁୂସାରେ, ଖୁବ ଶୀଘ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଯୁକ୍ତ ୨ ପରୀକ୍ଷାରେ ଆସିବ କି ବଡ ସଂସ୍କାର । ପ୍ରଥମ ବର୍ଷ ବି ହେବ ପରୀକ୍ଷା? ପାସ୍ ହେଲେ ପଢିବେ ଦ୍ୱିତୀୟ ବର୍ଷ ? ଯୁକ୍ତ ଦୁଇରେ ବର୍ଷ ବର୍ଷ ଧରି ଚାଲିଥିବା ବ୍ୟବସ୍ଥା ବନ୍ଦ ହେବ । ଶିକ୍ଷା କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଅଂଟା ଭିଡିଛି ଗଣଶିକ୍ଷା ବିଭାଗ । ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷ ମଧ୍ୟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାସ୍ କଲେ ଦ୍ୱିତୀୟ ବର୍ଷକୁ ଯିବେ । ଆଉ ଫେଲ୍ ହେଲେ ପୁଣି ଦେବାକୁ ପଡିିବ ପରୀକ୍ଷା ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ରାଜ୍ୟର ସମସ୍ତ କଲେଜକୁ ଚିଠି ଲେଖି ଏହାକୁ କଡାକଡି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ । ଆଉ ଏଭଳି ହେଲେ ଚଳିତବର୍ଷରୁ ଲାଗୁ ହୋଇଯିବ ନୂଆ ନିୟମ ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ପ୍ରୋମସନାଲ ଏଗଜାମ ଭାବେ ଧରାଯାଉଛି । ଅର୍ଥାତ୍ ଏହି ପରୀକ୍ଷାରେ ପାସ୍–ଫେଲ୍ ବୋଲି କିଛି ନାହିଁ । ପରୀକ୍ଷା ଦେଲେ ଆପେ ଆପେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇଯାଉଛନ୍ତି ଛାତ୍ରଛାତ୍ରୀ । ତେବେ ଏହାରି ଭିତରେ ରାଜ୍ୟର କିଛି ପ୍ର୍ରମୁଖ କଲେଜ୍, ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଲାଗୁ କରିସାରିଛନ୍ତି ।

ସାଧାରଣତଃ ପ୍ରଥମ ବର୍ଷ ପରୀକ୍ଷାକୁ ହାଲୁକା ଭାବେ ନିଅନ୍ତି ଛାତ୍ରଛାତ୍ରୀ । ନା ଠିକରେ କ୍ଲାସ ଆସନ୍ତି ନା ପାଠ ପଢନ୍ତି । ଫଳରେ ଦ୍ୱିତୀୟ ବର୍ଷ ପରୀକ୍ଷାରେ ଚାପ ଅଧିକ ବଢିଯାଇଥାଏ ଏବଂ ତାସହ ବଢିଚାଲେ ଫେଲ୍ ସଂଖ୍ୟା । ଗଣଶିକ୍ଷା ବିଭାଗର ଏଭଳି ବଡ ସଂସ୍କାର ଆଣିବା ପଛର ଉଦ୍ଦେଶ୍ୟ ହେଉଛି ଯୁକ୍ତ ଦୁଇରେ ଫେଲ୍ ପ୍ରତିଶତ କମାଇବା ଏବଂ ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ।