ରେଳ ବିଭାଗର ନୂଆ ନିୟମ ! ଏଣିକି ରେଳ ଯାତ୍ରୀଙ୍କୁ ମିଳିବ ନାହିଁ ମାଗଣା ଟ୍ରାଭେଲ ବୀମା, ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ

27

ଆସନ୍ତା ସେପ୍ଟେମ୍ବର ୧ରୁ ଭାରତୀୟ ରେଳ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍ ଇନସୁରାନ୍ସ ଯୋଗାଇବ ନାହିଁ ବୋଲି ଜଣାପଡ଼ିଛି।ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ ଇନସୁରାନ୍ସ ଯୋଗାଇବା ବ୍ୟବସ୍ଥା ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ।

ଯେଉଁମାନେ ଆଇଆରସିଟିସି ପୋର୍ଟାଲରୁ କିମ୍ବା ଆଗରୁ ଟିକେଟ୍ ବୁକ୍ କରିବେ ସେମାନଙ୍କୁ ଦୁଇଟି ଅପସନ ଦେଖିବାକୁ ମିଳିବ। ସେମାନେ ଟ୍ରାଭେଲ୍ ଇନ୍ସୁରାନ୍ସ କରିବେ ନା କରିବେ ନାହିଁ ତାହା ନିଜେ ନିଷ୍ପତ୍ତି କରିବେ।୨୦୧୭ ଡିସେମ୍ବରରେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଆଇଆରସିଟିସି ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍ ଇନସୁରାନ୍ସ ଯୋଗାଇ ଦେଇଥିଲା।

ଏଥିପୂର୍ବରୁ ଆଇଆରସିଟିସି ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଡେବିଟ୍ କାର୍ଡରୁ ପୈଠ କଲେ କୌଣସି ସର୍ଭିସ୍ ଚାର୍ଜ ନେଉ ନଥିଲା।ଆଇଆରସିଟିସି ଦେଉଥିବା ଟ୍ରାଭେଲ୍ ଇନ୍ସୁରାନ୍ସ ସର୍ବାଧିକ ୧୦ ଲକ୍ଷ ଟଙ୍କାର କଭରେଜ ଦେଉଥିଲା। ରେଳ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧୦ ଲକ୍ଷ କିମ୍ବା ଅଙ୍ଗହାନୀ ହେଲେ ୭.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଥିଲା।