ହାତରେ ମଇଳା ଏବଂ ନାଳ ସଫା କରୁଥିବା ପ୍ରଥାର ଅବସାନ ହେବାକୁ ଯାଉଛି । ଆଧୁନିକ ମେସିନ୍ ଜରିଆରେ ସରକାର ଏବେ ଏହି ସମସ୍ୟାକୁ ଶେଷ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ସଫେଇ ଆୟୋଜନ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ହରଦିପ୍ ପୁରୀ ଏବଂ ସାମାଜିକ ନ୍ୟାୟମନ୍ତ୍ରୀ ଥାବରଚନ୍ଦ୍ ଗହଲୋତ୍ କହିଥିଲେ ଆଧୁନିକ ଯନ୍ତ୍ରର ବ୍ୟବହାରରେ ହାତରେ ନାଳ ସଫା କରାଯାଉଥିବା ପ୍ରଥାର ଅବସାନ ଘଟିବ ।
ମେସିନ୍ କିଣିବା ପାଇଁ ସରକାର ଦେବେ ଲୋନ୍ :
ମେସିନ୍ କିଣିବା ପାଇଁ ସରକାରଙ୍କ ତରଫରୁ ସ୍ଥାନୀୟ ନଗର ବିକାଶକୁ ୪ ପ୍ରତିଶତ ଦରରେ ୧୫ ବର୍ଷ ପାଇଁ ଲୋନ୍ ଦିଆଯିବ । କାର୍ଯ୍ୟକ୍ରମରେ ଥାବରଚନ୍ଦ୍ ଗହଲୋତ୍ କହିଥିଲେ , ନଗର ବିକାଶ ଏବଂ ପଞ୍ଚାୟତ ସଂସ୍ଥା ଆଧୁନିକ ଯନ୍ତ୍ର ବ୍ୟବହାର କରିବାର ଆବଶ୍ୟକତା ରହିଛି । ସରକାରଙ୍କ ଏହି ଯୋଜନାରେ ସ୍ଥାନୀୟ ବିକାଶ ଅଧିକାରୀଙ୍କ ଉପରେ ଜାଞ୍ଚ୍ କରିବା ମଧ୍ୟ ସାମିଲ୍ ରହିଛି । ଏକ ରିପୋର୍ଟ ମୁତାବକ , ସେଫ୍ଟିକ୍ ଟ୍ୟାଙ୍କ୍ ସଫେଇ କରିବା ସମୟରେ ୨୦୧୮ ରେ ୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ରାଜଧାନୀ ଦିଲ୍ଲୀରେ ସେଫ୍ଟିକ୍ ଟ୍ୟାଙ୍କ୍ କୁ ସଫା କରିବା ପାଇଁ ଅନେକ ପ୍ରକାର ମେସିନ୍ ର ପ୍ରଦର୍ଶନୀ ଲାଗିଛି । ଯାହାର ବ୍ୟବହାରରେ ହାତରେ ମଇଳା ସଫା କରିବାର ପ୍ରଥାକୁ ଶେଷ କରାଯାଇପାରିବ । ଚିନ୍ତା କରିବାର କଥା ହେଉଛି ୧୯୯୩ ମସିହାରେ ହାତରେ ମଇଳା ସଫା କରିବା ଆଇନ୍ ଶେଷ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଯାଇ ପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/sever-officer.jpg)
/kanak/media/post_attachments/wp-content/uploads/2019/08/xa-1-300x201.jpg)