ରୋବଟ କରୁଛି ବ୍ୟାୟାମ ! ଶରୀରରୁ ବୁହାଉଛି ଝାଳ : ବୈଜ୍ଞାନିକଙ୍କ ସଫଳ ଆବିଷ୍କାର 

125

ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ଚକିତ କଥା ଭଳି ଉଦ୍ଭାବନ କରୁଛନ୍ତି । ଅନେକ ଜିନିଷକୁ ନେଇ କରୁଛନ୍ତି ପରୀକ୍ଷାନୀରିକ୍ଷା । ବୈଜ୍ଞାନିକମାନେ  ଏକ ଏମିତି  ହ୍ୟୁମାନଇଡ୍  ରୋବଟ ପ୍ରସ୍ତୁତ କରିଛନ୍ତି ଯିଏ  ସିଟ୍-ଅପ୍ସ ଓ ପୁଶ-ଅପ୍ସ ଭଳି କସରତ କରିପାରୁଛି ।   ସବୁଠୁ ବଡ  ଆଶ୍ଚର୍ଯ୍ୟର କଥା ହେଲା ଏହି ରୋବଟ କସରତ କରୁଥିବା ବେଳେ ମଣିଷ ଶରୀର  ଭଳି ଏହା ଶରୀରରୁ  ଝାଳ ବାହାରୁଛି ।  ଏହା ନିଶ୍ଚୟ ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ରୋବଟକୁ ନେଇ ପରୀକ୍ଷାନୀରିକ୍ଷା କରୁଥିବା ବୈଜ୍ଞାନିକମାନେ ଏହି ରୋବଟରେ ଏକ ଆର୍ଟିଫିସଲ୍  ସିଷ୍ଟମ୍  ଲଗାଯାଇଛି । ଯାହା କାରଣରୁ  ଏହାର ଝାଳ ବାହାରୁଛି ।  ଏହି ସିଷ୍ଟମ  ଶାରୀରିକ ରୂପରେ  ସେମିତି କାମ କରୁଛି  ଯେମିତି ହ୍ୟୁମାନ ଶରୀର କରିଥାଏ ।

ଜାପାନର ୟୁନିଭର୍ସିଟି ଅଫ୍ ଟୋକିଓର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ  କରାଯାଇଛି ।   ଏହି ରୋବଟର ନାମ କଙ୍ଗାରୁ ରଖାଯାଇଥିବା ବେଳେ ଏହାକୁ କ୍ରାଶ୍ ଟେଷ୍ଟ ପାଇଁ ବ୍ୟବହାର କରାଯାଇପାରିବ ।  ଏହା ବ୍ୟତୀତ  ଏହି ରୋବଟର ବ୍ୟବହାର  ଆଥଲେଟିକ୍ ଓ ଖେଳାଳିମାନଙ୍କ ମାଂସପେଶୀର ବିଶ୍ଳେଷଣ କରିବାରେ ମଧ୍ୟ  ବ୍ୟବହାର କରାଯାଇପାରିବ ।

ବୈଜ୍ଞାନିକଙ୍କ ଏହି ଟିମ୍ ଗତ  କିଛି ବର୍ଷରୁ ହ୍ୟୁମାନାଇଡ୍ ରୋବଟଗୁଡିକୁ ବିକଶିତ କରୁଛନ୍ତି । କଙ୍ଗାରୁ ଏମାନଙ୍କ ଦ୍ୱାରା ୨୦୦୧ରେ ଡେଭେଲପ୍ କରାଯାଇଥିବା ସିରିଜର ସବୁଠୁ ଆଡଭାନ୍ସ ରୋବଟ ଅଟେ ।  ଏହି ରୋବଟରୁ  ଯେତେବେଳେ ମାନବଙ୍କ ଭଳି ଝାଳ ବାହାରେ ତ ଏହି ସିଷ୍ଟମ ଏହାକୁ ଅଧିକ ହିଟ୍ ହେବାରୁ  ରକ୍ଷା କରିଥାଏ । କଙ୍ଗାରୁ ମାନବ ଭଳି ଅନେକ ମୁଭମେଂଟ ଓ ଏକ୍ସରସାଇଜ୍ ମଧ୍ୟ କରିପାରେ ।

ରୋବଟ ମଧ୍ୟରେ ଏକ ସଫଳ ମାନବର କାର୍ଯ୍ୟକଳାପ ଦେଖିବାକୁ ବୈଜ୍ଞାନିକମାନେ ଯାହା ପରିକଳ୍ପନା କରିଛନ୍ତି , ଯାହାକୁ ବାସ୍ତବରୂପ ଦେବାକୁ ଲାଗିପଡିଛନ୍ତି ।  ଗତବର୍ଷରେ ରୋବଟକୁ ମଧ୍ୟ ନାଗରୀକତ୍ୱ ପ୍ରଦାନ କରିଛି ସାଉଦି ଆରବିଆ ଦେଶ । ରୋବଟକୁ ନେଇ ଲୋକଙ୍କ ମଧ୍ୟରେ ଦିନକୁ ଦିନ କୌତୁହଳ ଜାତ ହେବାରେ ଲାଗିଛି । ରୋବଟ ଏବେ ଅନେକ ଦେଶରେ ମଣିଷ ଭଳି ସବୁ କାମ କରୁଛି ।

( ସୌଜନ୍ୟ- ନବଭାରତ ଟାଇମ୍ସ )