ଗୁଗୁଲ ଆପରେ ଯୋଡିହେଲା ନୂଆ ଫିଚର୍ସ ! ପବ୍ଲିକ୍ ଟ୍ରାନ୍ସପୋର୍ଟ ସହ ମିଳିବ ଏହି ସବୁ ସୂଚନା ।

36

ଗୁଗୁଲ୍ ଆପରେ ଏଣିକି ଯୋଡି ହୋଇଯାଇଛି କିଛି ନୂଆ ଫିଚର୍ସ । ନୂଆ ଫିଚର୍ସର ଘୋଷଣା ଗୁଗୁଲ୍ ଫର ଇଣ୍ଡିଆ ୨୦୧୮ର ୪ର୍ଥ ସଂସ୍କରଣରେ କରାଯାଇଛି । ଗୁଗୁଲ ଆପର ନୂଆ ଫିଚର୍ସ ସହ କୋଲକାତାର ୨୫ ହଜାର ଘରେ ପ୍ଲସ କୋଡ ଜାରି କରାଯାଇଛି । ଯାହା ସାହାଯ୍ୟରେ ଗୁଗୁଲ ମ୍ୟାପରେ ଏହି ଘର ଗୁଡିକୁ ଚିହ୍ନଟ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ନୂଆ ଫିଚର୍ସରେ ଆପଣଙ୍କୁ କେଉଁ କେଉଁ ସୁବିଧା ମିଳିବ ।

ଗୁଗୁଲ୍ ଆପ୍ସ ଜରିଆରେ ଏଣିକି ବ୍ୟବହାରକାରୀ ଇଣ୍ଟରସିଟି ବସର ଆଗମନ ଏବଂ ପ୍ରସ୍ତାନ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ । ଏଥିପାଇଁ ଅନଲାଇନ୍ ବସ ବୁକିଂ ପ୍ଲାଟଫର୍ମ ରେଡ୍ ବସ ସହ ଗୁଗୁଲର ବୁଝାମଣା ହୋଇଛି । ଗୁଗୁଲ ଆପ୍ ଜରିଆରେ ବ୍ୟବହାରକାରୀ ବୁକ୍ କରିଥିବା ବସ୍ ସମ୍ପର୍କରେ ମଧ୍ୟ ସମସ୍ତ ସୂଚନା ପାଇପାରିବେ । ଗୁଗୁଲ ଆପ୍ସ ଗୋରେ ମଧ୍ୟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସମ୍ବନ୍ଧରେ ମଧ୍ୟ ହିନ୍ଦି ଏବଂ ଇଂରାଜୀରେ ସୂଚନା ଉପଲବ୍ଧ ହେବ ।

ଗୁଗୁଲ୍ ଆପ୍ସ ଜରିଆରେ ଆପଣ ଏହା ମଧ୍ୟ ଜାଣିପାରିବେ ଯେ, ଆପଣ କେତେ ବାଟ ଅତିକ୍ରମ କଲେ ଏବଂ ଆଉ କେତେ ବାଟ ବାକି ଅଛି । ତେବେ ଏହି ଗୁଗୁଲ୍ ଆପ୍ସ ଗୋକୁ ୩ଜି ଏବଂ ୨ଜି ନେଟୱାର୍କରେ ମଧ୍ୟ ବ୍ୟବହାର କରାଯାଇପାରିବ । ଯଦି ଆପଣ ୱେବ ପେଜ୍ ପଢିବା ପରିବର୍ତ୍ତେ ସୂଚନାକୁ ପସନ୍ଦ କରିଥାନ୍ତି, ତେବେ ଏଣିକି ଏହା ଆପଣଙ୍କ ପାଇଁ ସହଜ ହୋଇଯିବ । ଅଡିଓ ପ୍ଲେବ୍ୟାକ ଜରିଆରେ ଗୁଗୁଲ୍ ଗୋ ବ୍ୟବହାରକାରୀ ୱେବପେଜକୁ ଶୁଣିପାରିବେ ।