ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର : ଏନେଇ ରାଜ୍ୟ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

25

କନକ ବ୍ୟୁରୋ : ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର । ଏନେଇ ରାଜ୍ୟ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ବିମାନ ବନ୍ଦର ପାଇଁ ଖୁବଶୀଘ୍ର ଜମି ଚିହ୍ନଟ ହେବ । ଏଥିପାଇଁ ୧୨ ଶହରୁ ୧୫ଶହ ଏକର ଜମି ଆବଶ୍ୟକ । ତେଣୁ ବିମାନ ବନ୍ଦର ତିଆରି ପାଇଁ ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ ଏୟାରପୋର୍ଟ କର୍ତୃପକ୍ଷଙ୍କ ଦ୍ୱାରା ସର୍ଭେ କାମ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବାବେଳେ ବେସାମରିକ ବିମାନ ଚଳାଚଳ ବିଭାଗର ଅତିରିକ୍ତ ସଚିବ ଉଷା ପାଢୀ, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।