ବହୁରାଷ୍ଟ୍ରୀୟ ଫୁଡ୍ କମ୍ପାନୀ ନେସଲେ ଇଣ୍ଡିଆର ମୁସ୍କିଲ ପୁଣି ଥରେ ବଢ଼ିବ । କମ୍ପାନୀ ସୁପ୍ରିମକୋର୍ଟରେ ଏହା ସ୍ୱୀକାର କଲା କି ମ୍ୟାଗିରେ ବିଷାକ୍ତ ପଦାର୍ଥ ସୀସାର ମାତ୍ରା ଅଛି । କମ୍ପାନୀ ତରଫରୁ ଭୁଲ ସ୍ୱୀକାର କରିବା ପରେ ସମ୍ଭବ କି ଏହି ମାମଲା ଆଗକୁ ଆହୁରି ଜୋର ଧରିବ । ସ୍ୱାସ୍ଥ୍ୟ ସୁରକ୍ଷାର ମାନଦଣ୍ଡ ପୁରା କରିନପାରିବା କାରଣରୁ ୨୦୧୫ରେ ୫୫୦ ଟନ୍ ମ୍ୟାଗି ନଷ୍ଟ କରିଦିଆଯାଇଥିଲା । ସରକାର ଏହି ମାମଲାରେ ୬୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ।
ସୁପ୍ରିମକୋର୍ଟର ବିଚାରପତି କମ୍ପାନୀର ଓକିଲଙ୍କୁ ପଚାରିଲେ, ତାଙ୍କୁ ସୀସା ଥିବା ମ୍ୟାଗି କାହିଁକି ଖାଇବା ଉଚିତ୍ ? ଏହି ମାମଲାର ଯେତେବେଳେ ଖୁଲାସା ହୋଇଥିଲା ସେତେବେଳେ କମ୍ପାନୀ ଦଲିଲ ଦେଇଥିଲା କି ମ୍ୟାଗିରେ ସୀସା ଉଚିତ୍ ମାତ୍ରାରେ ଥିଲା । କିନ୍ତୁ କମ୍ପାନୀ ଏବେ ମାନୁଛି କି ମ୍ୟାଗିରେ ସୀସା ଥିଲା । ତେବେ, ମ୍ୟାଗିର ପ୍ରସ୍ତୁତକର୍ତ୍ତା କମ୍ପାନି ନେସଲେ ଦାବି କରି କହିଥିଲା ଯେ ମାଗିରେ ଏମଏସଜି ବା ମୋନୋସୋଡ଼ିୟମ ଗ୍ଲୁଟାମେଟ୍ ନଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି। ଏହାସତ୍ତ୍ୱେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ମାମଲାରେ ନେସଲେ କମ୍ପାନିକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହାର ବିକ୍ରୟ, ପ୍ରସାର ଓ ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇବା ସହ ଖାଉଟି ସୁରକ୍ଷା ଆଇନର ୧୨ (୧) (ଘ) ଦଫାରେ ୬୪୦ କୋଟିର ଜରିମାନା ଲଗାଇଥିଲା। ଏହା ବିରୋଧରେ ନେସଲେ କମ୍ପାନି ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇ ତା’ ବିରୋଧରେ ଆଗତ ହୋଇଥିବା ଅପରାଧିକ ମାମଲାକୁ ଉଠାଇ ନେବାକୁ ଏକ ଯାଚିକା ଆଗତ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/p18_maggi.jpg)
/kanak/media/post_attachments/wp-content/uploads/2019/01/8-300x223.jpg)