ନେପାଳରେ ହେଲିକପ୍ଟର କ୍ରାସ୍ ! ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ।

698

ଆତଙ୍କବାଦ ବିରୋଧରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ନେପାଳ ଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସେଠାକାର ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ମନ୍ତ୍ରୀଙ୍କ ସମେତ ଆହୁରି ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ନେପାଳର ପୂର୍ବ ଭାଗରେ ହୋଇଛି ।

ତେବେ ନେପାଳ ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣାରେ ହୋଇଥିବା ହେଲିକପ୍ଟରରେ ମୋଟ୍ ଜଣ ଲୋକ ରହିଥିଲେ । ହେଲିକପ୍ଟରଟି ନେପାଳର ପାହାଡି ଇଲାକାରେ ଉଡାଣ ଭରୁଥିଲା । ଏହି ସମୟରେ ହିଁ ଦୁର୍ଘଟଣା ଘଟିଥିଲା । ହେଲିକପ୍ଟରଟି ଉଡାଣ ଭରିବାର କିଛି ସମୟ ପରେ କାଠମାଣ୍ଡୁ ସ୍ଥିତ ଏୟାରପୋର୍ଟ ଟାୱାର ସହ ସମ୍ପର୍କ ବିଛିନ୍ନ ହୋଇଥିଲା । ଦୁର୍ଘଟଣାସ୍ଥଳ କାଠମାଣ୍ଡୁଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ତେବେ ଏହି ହେଲିକପ୍ଟରରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପାଇଲଟ୍ କ୍ୟାପ୍ଟେନ୍ ପ୍ରଭାକର କେସି ଏବଂ ଅନ୍ୟ ୪ଜଣ ବ୍ୟକ୍ତି ରହିଥିଲେ । ଏହି ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକିଛନ୍ତି ।