ଓଡିଶାରେ ନେପାଳ ରାଷ୍ଟ୍ରପତି : ଆଜି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବିଦ୍ୟାଦେବୀ ଭଣ୍ଡାରୀ

42

କନକ ବ୍ୟୁରୋ : ଓଡିଶାରେ ନେପାଳ ରାଷ୍ଟ୍ରପତି । ଆଜି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବିଦ୍ୟାଦେବୀ ଭଣ୍ଡାରୀ । ଗତକାଲି ଲିଙ୍ଗରାଜ ମନ୍ଦିରରେ କରିଥିଲେ ପୂଜାର୍ଚ୍ଚନା ।  ସେ ଅପରାହ୍ଣରେ ମନ୍ଦିର ଯାଇ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କରିଥିଲେ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତିି ବିଦ୍ୟାଦେବୀ । ଏହି ଗସ୍ତ ସମୟରେ ସେ ଉଜ୍ୱଳା ନାରୀସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଆସି ଅପରାହ୍ଣ ୨ଟା ୪୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଥିଲେ ବିଦ୍ୟାଦେବୀ ।