ନେପାଳରେ ବୋମା ବିସ୍ଫୋରଣ । ଜଣେ ପୁଲିସକର୍ମୀଙ୍କ ସମେତ ୩ ମୃତ

113

ନେପାଳରେ ଶୁକ୍ରବାର ରାତିରେ ଜୋରଦାର ବୋମା ବିସ୍ଫୋରଣ ଘଟିଛି । ଦକ୍ଷିଣ ନେପାଳର ଧନୁଷ ଜିଲ୍ଲାରେ ବୋମା ବିସ୍ଫୋରଣ ଯୋଗୁଁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ପୁଲିସକର୍ମୀ ମଧ୍ୟ ରହିଛନ୍ତି । ବିସ୍ଫୋରଣ ପରେ ପୁରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ସେଠାରେ ଲୋକଙ୍କ ମଧ୍ୟରେ ଭୟାବହର ବାତାବରଣ ସୃଷ୍ଟି ହୋଇଯାଇଛି ।

ବର୍ତ୍ତମାନ ପର୍ୟ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଜଣେ ପୁଲିସକର୍ମୀଙ୍କ ସମେତ ୩ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । କିପରି ଓ କେମିତି ବୋମା ବିସ୍ଫୋରଣ ହେଲା ଏହାର ସଠିକ ପ୍ରମାଣ ମିଳିପାରିନାହିଁ । ଘଟଣାର ଖବର ଲୋକଙ୍କ ଦ୍ୱାରା ପୁଲିସ ପାଖରେ ପହଞ୍ଚିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ସଠିକ ଭାବେ କୌଣସି ପ୍ରମାଣ ମିଳିପାରିନାହିଁ ।