ନେପାଳ ସରକାର ଏକ ଅଧ୍ୟାଦେଶ ଜାରୀ କରି ଭାରତୀୟ ଫଳ ଏବଂ ପରିବା ଉପରେ ରୋକ ଲଗାଇଛନ୍ତି । ଏହି ନିଷ୍ପତ୍ତିରେ ଉତ୍ତରପ୍ରଦେଶର ମହରାଜଗଞ୍ଜ ସ୍ଥିତ ଭାରତ-ନେପାଳର ସୋନୋଲୀ ସୀମାରେ ଶହ ଶହ ଫଳ ଏବଂ ପରିବାରେ ଭର୍ତ୍ତୀଥିବା ଗାଡିର ଲମ୍ବା ଲାଇନ୍ ଲାଗିଥିଲା । ନେପାଳ ସରକାରଙ୍କ ଏଭଳି ଆକସ୍ମିକ ଘୋଷଣା ପରେ କଞ୍ଚାମାଲ୍ ସଢିବା ଆଶଙ୍କାରେ ବ୍ୟବସାୟୀ ସୀମାରେ ହିଁ ନିଜ ଫଳ ଏବଂ ପରିବାକୁ ସ୍ଥାନୀୟ ଲୋକଙ୍କୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୋଇଥିବା ବେଳେ ଅନ୍ୟ କିଛି ଏବେ ବି ନେପାଳ ସରକାରଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିରହିଛନ୍ତି ।
ଅନ୍ୟପକ୍ଷରେ ସୀମାରେ ଏଭଳି ସମସ୍ୟା ଦେଖି ଅଧିକାରୀ ଉଚ୍ଚ ଅଧିକାରୀଙ୍କ ସ୍ଥିତିକୁ ନେଇ ଅବଗତ କରାଇଦେଇଥିଲେ ଏବଂ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ବାହାର କରିବାକୁ କୁହାଯାଇଛି । ସୂଚନା ଅନୁସାରେ ନେପାଳ ସରକାରଙ୍କ ଅନୁସାରେ ଭାରତରୁ ଆସୁଥିବା ଫଳ ଏବଂ ପରିବାରେ ଅଧିକ ପରିମାଣରେ କିଟନାଶକ ଔଷଧର ପ୍ରୟୋଗ କରାଯାଉଛି ।
ଯାହାଦ୍ୱାରା ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡୁଛି ଏବଂ ସେଠାକାର ଲୋକ ରୋଗଗ୍ରସ୍ତ ହେଉଛନ୍ତି । ଏଭଳି ସ୍ଥିତିରେ ଭାରତରୁ ନେପାଳ ଯାଉଥିବା ପରିବା ଏବଂ ଫଳ କାଠମାଣ୍ଡୁସ୍ଥିତ ଲ୍ୟାବ୍ ରେ ଜାଞ୍ଚ୍ ହେବା ପରେ ହିଁ ବିକ୍ରି ପାଇଁ ନେପାଳ ଯିବ । ୧୭ ଜୁନ୍ ରୁ ନେପାଳ ସରକାର ଏଭଳି ବ୍ୟବସ୍ଥା କରିବାକୁ ମନସ୍ଥ କରିଛନ୍ତି । ଏହାପରେ ସରକାର ଭାରତର ଅନେକ ଟ୍ରକ୍ କୁ ପୁନଶ୍ଚ ଭାରତ ଫେରାଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/d7c34da4-838a-11e5-8e80-1574112844fd.jpg)
/kanak/media/post_attachments/wp-content/uploads/2019/06/Nepal-border-300x150.jpg)
/kanak/media/post_attachments/wp-content/uploads/2019/06/Thai_market_vegetables_01-300x201.jpg)