କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ବଚସାକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ । ଦୁଇ ପଡୋଶୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ଆକ୍ରମଣ । ଅନୁଗୁଳ ନାଲକୋନଗରର ବାଲିଆ ବଜାର ଅଂଚଳରେ ଏଭଳିି ଘଟଣା ଘଟିଛି । ଏହି ଅଂଚଳରେ ରହୁଥିବା ଦୁଇ ମହିଳାଙ୍କ ମଧ୍ୟରେ ବିଦ୍ୟୁତ ତାର ଟାଣିବାକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା ।
ତେବେ ଗତ ୩୦ ତାରିଖ ଦିନ ଏହି ଘଟଣାକୁ ନେଇ ପୁଣି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ଦୁର୍ଗାପ୍ରସାଦ ମହାପାତ୍ର ତାଙ୍କ ପଡୋଶୀ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ପୀଡିତା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେବାରୁ ପୁଲିସ ତାଙ୍କ ଘରେ ପହଂଚି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ଘଟଣାର ଭିଡିଓ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/southlive-english_2017-07_b493621c-9a5f-4143-8180-5829dca42bc1_boy-beaten-up.png)