କନକ ବ୍ୟୁରୋ : ମେଡିକାଲ କଲେଜଗୁଡ଼ିକର ଏମବିବିଏସ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ ଅର୍ଥାତ୍ ମେ’ ମାସର ପ୍ରଥମ ରବିବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅନୁଷ୍ଠିତ ହେବ। ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ ଆବେଦନ କରିପାରିବେ।
ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଜୁନ୍ ୧୨ରୁ ପ୍ରଥମ ପର୍ୟ୍ୟାୟ ସର୍ବଭାରତୀୟ ମେଡିକାଲ୍ କାଉନସେଲିଂ ଆରମ୍ଭ ହୋଇ ୨୪ ତାରିଖରେ ସରିବ। ଜୁନ୍ ୨୫ରୁ ପ୍ରଥମ ପର୍ୟ୍ୟାୟ ରାଜ୍ୟସ୍ତରୀୟ ମେଡିକାଲ୍ କାଉନସେଲିଂ ଆରମ୍ଭ ହୋଇ ଜୁଲାଇ ୫ରେ ସରିବ। ଅଗଷ୍ଟ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସିବିଏସଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ପ୍ରଥମ ଥର ପାଇଁ ୨୦୧୮ରୁ ନିଟ୍ ପରୀକ୍ଷା ସବୁ ଭାଷାରେ ହେବ । ଏହି ଅନୁଯାୟୀ ସିବିଏସଇକୁ ୧୦୦୦ରୁ ୧୨୦୦ ପ୍ରଶ୍ନର ଗୋଟିଏ ବ୍ୟାଙ୍କ୍ ପ୍ରସ୍ତୁତ କରିବାକୁ ପଡ଼ିବ । ଏହାପରେ ଭାଷା ବିଶେଷଜ୍ଞମାନେ ପ୍ରଶ୍ନଗୁଡ଼ିକର ଅନୁବାଦ କରିବେ । ପ୍ରଶ୍ନ ଗୁଡ଼ିକରେ ଭାଷା, ବାକ୍ୟ ଓ ତଥ୍ୟ ଗୁଡ଼ିକର ବିଭ୍ରାଟର ଯାଞ୍ଚ ତ୍ରିସ୍ତରୀୟ କମିଟି କରିବ । ସିବିଏସଇ ବୋର୍ଡର ପରୀକ୍ଷା ବିଭାଗ ଏହାପରେ ପ୍ରଶ୍ନପତ୍ରର ୪ କିମ୍ବା ୫ ସେଟ୍ ପ୍ରସ୍ତୁତ କରିବ । ପ୍ରଶ୍ନ ବ୍ୟାଙ୍କ୍ ପ୍ରସ୍ତୁତ ହୋଇ ସାରିବାପରେ ତାହାକୁ ଦେଶର ବିଭିନ୍ନ ରାଜ୍ୟର ବିଶେଷଜ୍ଞ ଅନୁବାଦକମାନଙ୍କୁ ପାଖକୁ ପଠାଯାଇ ଅନୁବାଦ କରାଯିବ । ଏଥିରୁ ଚୂଡ଼ାନ୍ତ ପ୍ରଶ୍ନ ସେଟ୍ ପ୍ରସ୍ତୁତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/neet-exam.jpg)