କନକ ବ୍ୟୁରୋ: ଆଜି ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ପାଇଁ କେବଳ ଔପଚାରିକତା ରହିଯାଇଛି । ବିଜେପି ବୈଠକ ପରେ ଏନଡିଏ ବୈଠକ ଅନୁଷ୍ଠିତ ହେବ । ଏନଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ, ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶୱାନଙ୍କ ସମେତ ସମସ୍ତ ବରିଷ୍ଠ ନେତା ଏବଂ ନବନିର୍ବାଚିତ ସାଂସଦ ଉପସ୍ଥିତ ରହିବେ ।
ଆଜି ଅପରାହ୍ଣ ୫ଟାରେ ସଂସଦ ଭବନ କେନ୍ଦ୍ରୀୟ କକ୍ଷରେ ଏହି ବୈଠକ ଡକାଯାଇଛି । ଉଭୟ ବୈଠକ ସରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏନଡିଏନେତାମାନଙ୍କ ସହିତ ପୃଥକ ପୃଥକ ଆଲୋଚନା କରିବେ । ସମସ୍ତ ଏନଡିଏ ସାଂସଦମାନଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ମାର୍ଗ ଦର୍ଶନ ଦିଆଯିବ । ଏଥର ବିଜେପି ଏକାକି ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ସଂଖ୍ୟା ୩୫୧ରେ ପହଂଚିଛି । ପଶ୍ଚିମବଙ୍ଗରେ ଦଳକୁ ବଡ ସଫଳତା ମିଳିଥିବାରୁ ଏଥର ପଶ୍ଚିମବଙ୍ଗରୁ ୪ଜଣ ସାଂସଦଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/shah_mdoi_1558757337_618x347.jpeg)
/kanak/media/post_attachments/wp-content/uploads/2019/05/94909-nda-modi-nomination-300x165.jpeg)