୫୦ ବର୍ଷରେ ପାଦ ଦେଲା ଏନସିସିର ହର୍ସ ରାଇଡିଂ ୟୁନିଟ୍ ! ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଜୋରଦାର ପ୍ରସ୍ତୁତି

29

କନକ ବ୍ୟୁରୋ : ୫୦ ବର୍ଷରେ ଏନସିସିର ହର୍ସ ରାଇଡିଂ ୟୁନିଟ୍ । ସୁବର୍ଣ୍ଣ ଜୟନ୍ତୀ ପାଳିବ ହର୍ସ ରାଇଡିଂ ୟୁନିଟ୍ । ଆସନ୍ତା ୮ ତାରିଖରେ ଏନସିସିର ହର୍ସ ରାଇଡିଂ ୟୁନିଟ୍ ସୁବର୍ଣ ଜୟନ୍ତୀ ପାଳିବାକୁ ଚଳାଇଛି ପ୍ରସ୍ତୁତି । ରାଜ୍ୟପାଳ ଏସସି ଜମିର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଆର ଆଣ୍ଡ ଭି ସ୍କ୍ୱାଡ୍ରନ୍ ଏନସିସି ଏବଂ ଓଡିଶା ଆର ଆଣ୍ଡ ଭି ଏନସିସି ଆଲୁମ୍ନି ଆସୋସିଏସନ୍ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଥିବା ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ଏହି କାର୍ଯ୍ୟକ୍ରମ ହେବ ।